Home Breaking News / ତାଜା ଖବର ଝରାଫୁଲ ମୃତ୍ୟୁ ମାମଲା: ୩୦ ହଜାର ଟଙ୍କା ପାଇଁ ହତ୍ୟା

ଝରାଫୁଲ ମୃତ୍ୟୁ ମାମଲା: ୩୦ ହଜାର ଟଙ୍କା ପାଇଁ ହତ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଝରାଫୁଲ ହତ୍ୟା ଘଟଣାର ସବୁ ରହସ୍ୟ ଖୋଲିଛି ପୋଲିସ୍। ଝରାଫୁଲକୁ ୩୦ ହଜାର ଟଙ୍କା ପାଇଁ ହତ୍ୟା କରାଯାଇଥିଲା। ଶ୍ୱାସରୁଦ୍ଧ କରି ଝରାଫୁଲକୁ ହତ୍ୟା କରାଯାଇଛି। ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ତାଙ୍କୁ ହତ୍ୟା କରିଥିବା ଯାଜପୁର ଏସପି ରାହୁଲ ପିଆର୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବାଇକ୍ କିଣିବା ପାଇଁ ଝରାଫୁଲ ତାଙ୍କୁ ଟଙ୍କା ଦେଇଥିଲେ। ଟଙ୍କା ଫେରାଇବାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିଲା। ଟଙ୍କା ନଫେରାଇଲେ ଘରେ କହିଦେବ ବୋଲି ରାକେଶକୁ ଝରାଫୁଲ ଧମକ୍ ଦେଇଥିଲା।

ଟଙ୍କା ଦେବା ବାହାନରେ ରାକେଶ ଝରଫୁଲକୁ ଡକାଇଥିଲା। ଭୁବନେଶ୍ୱର ଜନ୍ମଦିିନ ପାର୍ଟିକୁ ଆସିଥିବା ଝରାଫୁଲକୁ ଅଟକାଇ ଥିଲା ରାକେଶ। ୨୬ ତାରିଖରେ ଏକ ଓୟୋ ହୋଟେଲକୁ ନେ଼ଇ ବଳପୂର୍ବକ ମଦ ପିଆଇ ଝରାଫୁଲର ଚେତା ଶୂନ୍ୟ କରିଦେଇଥିଲା। ପରେ ଶ୍ୱାସରୁଦ୍ଧ କରି ତାକୁ ହତ୍ୟା କରିଥିଲା ରାକେଶ। ଉଭୟ ସହଯୋଗୀଙ୍କୁ ଡାକି ଶବ ପିଙ୍ଗିବାର ବ୍ୟବସ୍ଥା କରିଥିଲା।

ଘଟଣାରେ ରାକେଶ ସହ ୩ ଜଣଙ୍କୁ ଗରଫ କରାଯାଇଛି। ଅଧିକ ପଚରାଉଚରା କରିବା ପାଇଁ ସେମାନଙ୍କୁ ରିମାଣ୍ଡରେ ନିଆଯିବ ଏବଂ ଖୁବ୍ ଶୀଘ୍ର ସେମାନଙ୍କ ଉପରେ ର୍ଚାସିଟି ଦାଖଲ କର।ଯିବା ନେଇ କହିଛନ୍ତି ଯାଜପୁର ଏସପି।

ସୂଚନା ଅନୁସାରେ ଝରାଫୁଲ ମୃତ୍ୟୁ ମାମଲାରେ ଆଉ ଜଣେ ଅଭିଯୁକ୍ତ ଶକ୍ତିଶେଖର ସ୍ୱାଇଁଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା ଯାଜପୁର ପୋଲିସ୍। ଅଭିଯୁକ୍ତ ଶକ୍ତିଶେଖର ଗିରଫ ନେଇ ସୂଚନା ଦେଇଥିଲେ ଯାଜପୁର ଏସପି। ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ଗିରଫ ହୋଇଥିଲେ।

related posts

Leave a Comment