Share with
ବିନିକା(ମାନସ ମଲ୍ଲିକ): ମାଟିଘର ଭାଙ୍ଗି ଗୋଟିଏ ପରିବାରର ତିନିଜଣ ଗୁରୁତର Iଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାବୁପାଲି ପଞ୍ଚାୟତ ବାଗଡ଼ିଆ ଗାଁରେ Iଗୁରୁତର ମାନେ ହେଲେ ବାଗଡ଼ିଆ ଗାଁର ରୀତା ବାରିକ (25),ତ୍ରିନାଥ ବାରିକ (60),ରମ୍ଭା ବାରିକ (50) Iଆଜି ଅପରାହ୍ନ 3.30ରେ ହଠାତ ମାଟି ଘର ଭାଙ୍ଗି ଯିବାରୁ ମାଟିତଳେ ଚାପି ହୋଇ ଯାଇଥିଲେ ପରିବାରର ସ୍ୱାମୀ ତ୍ରିନାଥ ସ୍ତ୍ରୀ ରମ୍ଭା ଏବଂ ବହୁ ରିତା Iଖବରପାଇଁ ସାହି ପଡିଶା ଲୋକେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା Iତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ତାକୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି I