Home Breaking News ଶବର ସମାଜର ମାତୃବନମ ପୂଜା ଗୃହ ପ୍ରତିଷ୍ଠା

ଶବର ସମାଜର ମାତୃବନମ ପୂଜା ଗୃହ ପ୍ରତିଷ୍ଠା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ୱର ରାଉତ): ରାୟଗଡ ଜିଲ୍ଲା ଗୁଣୁପୁର ଉପଖଣ୍ଡ ଅଞ୍ଚଳର ପଦ୍ମପୁର ବ୍ଲକ ଅନ୍ତର୍ଗତ ଚାଳକମ୍ବା ପଂଚାୟତର ପଢସିଂ ଗ୍ରାମରେ ମାତୃବନମ ଗୃହ ପ୍ରତିଷ୍ଠା ହେଇଛି l ମାତୃବନମ ମାନେ ଶବର ଭାଷାରେ ଓଁକାର ବ୍ରହ୍ମ ଅଟନ୍ତି ଆଦି ଅନାଦି କାଳରୁ ଏହି ପୂଜା କରି ଆସୁଛନ୍ତି l ଆଗ କାଳରେ ଚାଳ ଘରେ ରଖି ଚଉଁଦିଗରେ ଅକ୍ଷର ରଖି ପୂଜନ କରିବା ପରମ୍ପରା ରହିଛି l ଶବର ସମାଜର ଗାଢ଼ ବିଶ୍ୱାସ ରହିଛି ଯେ ଅକ୍ଷର ବ୍ରହ୍ମ ଅସବ୍ଧ ବ୍ରହ୍ମ ଠାରୁ ଅଧିକ ଶକ୍ତି ଶାଳୀ l ୟାଙ୍କ ଭିତରେ ତେତିଶ କୋଟି ହିନ୍ଦୁ ଦେବଦେବୀ ସମାହିତ ଅଛନ୍ତି ବୋଲି ବିଶ୍ୱାସ ରହିଛି l ତେଣୁ ଏହି ସମାଜ ସ୍ଵତନ୍ତ୍ର ଭାବେ ଶୁକ୍ଳ ପୂଜା କରନ୍ତି ପ୍ରତି ଗୁରୁବାର ଧୂପ ଦୀପ ନଡ଼ିଆ କଦଳୀ ସିନ୍ଦୁର ନେଇ ଗ୍ରାମର ସମସ୍ତେ ପୂଜନ କରି ଆରାଧନା କରନ୍ତି ଓ ଗ୍ରାମର ସମସ୍ତଙ୍କ ପାଇଁ ଶୁଭ ମାନସୀ ଥାନ୍ତି ବୋଲି ଆଦିବାସୀ ନେତା ବିଦ୍ୟା ଶବର କହିଛନ୍ତି l ପୂର୍ବ ପ୍ରସ୍ତୁତି ଅନୁସାରେ ଗ୍ରାମରେ ପାରମ୍ପରିକ ବାଦ୍ୟ ସହ ଗ୍ରାମ ବାସୀଙ୍କ ଅବଗତ ନିମନ୍ତେ ଧେଣ୍ଡୁର ମରାଯାଇ ସୂଚାଇ ଦିଆଯାଏ l ନିଜ ନିଜ ପୂଜା ସାମଗ୍ରୀ ଓ ମାନସୀ ଥିବା ଭୋଗ ପ୍ରସ୍ତୁତ କରି ନିର୍ଧାରିତ ସମୟରେ ପହଂଚିବା ପାଇଁ l କେତେକ ବଦାନ୍ୟ ବ୍ୟକ୍ତି ଓ ଶବର ସମାଜର ଅନୁଦାନରେ ଏହି ଗୃହ ନିର୍ମାଣ ହୋଇଥିଲା ତାହା ଆଜି ପ୍ରତିଷ୍ଠା କରାଗଲା l ଏହି ଉତ୍ସବରେ ତିଗିରିଞ୍ଚି ଶବର, ସୋମନାଥ ଶବର, ଗୁସେଇ ଶବର, ବୁଡ଼ା ଶବର, ବନ୍ଧୁ ଶବର, ଓ ମାରିଙ୍ଗି, ଘନେତ୍ରୀ, ଖରିଆ, ପୁଟସାହି, ଲବା ଅଂଚଳର ଲୋକ ଉପସ୍ଥିତ ଥିଲେ ଲା

related posts

Leave a Comment