Home Breaking News ଖଣ୍ଡଖଣ୍ଡ ହୋଇପଡିଛି ମୁଣ୍ଡ , ଗଣ୍ଡି , ହାତ ଗୋଡ଼

ଖଣ୍ଡଖଣ୍ଡ ହୋଇପଡିଛି ମୁଣ୍ଡ , ଗଣ୍ଡି , ହାତ ଗୋଡ଼

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଖଣ୍ଡଖଣ୍ଡ ହୋଇପଡିଛି ମୁଣ୍ଡ , ଗଣ୍ଡି , ହାଥ ଗୋଡ଼ । ରାସ୍ତାରେ ଏଭଳି ଏକ ଶରୀର କାହାର । ଶରୀରରୁ ହାଥ ଅଲଗା ହୋଇଯାଇଛି ତ ଅଣ୍ଟାରୁ ଗୋଡ଼ ବି ଅଲଗା ହୋଇଯାଇଛି । ସେହିପରି କାନ୍ଧରୁ ଦୁଇ ହାଥ ବି ଅଲଗା ହୋଇଯାଇଛି । ବେକରୁ ମୁଣ୍ଡ ବି ଅଲଗା ହୋଇପଡିଛି। ଏମିତି ମୃତ୍ୟୁ ହେଲା କେମିତି । ଏ ସ୍ଥାନ ହେଉଛି ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ରାସ୍ତା । ରାସ୍ତାରେ ଏଭଳି ଖଣ୍ଡ ବିଖଣ୍ଡିତ ଶରୀର କୁ ଦେଖି ସ୍ଥାନୀୟ ଲୋକେ ତାଯୁବ ହୋଇପଡିଛନ୍ତି । କେମିଟି ହେଲା? କିଏ ଏହି ଯୁବକ ?କେଉଁଠୁ ଆସିଲା ଏଭଳି ଦର୍ଦ୍ ନାକ ଘଟଣା । ସକାଳୁ ସକାଳୁ ଯୁବକର ଖଣ୍ଡ ବିଖଣ୍ଡିତ ଶରୀର ଦେଖିବାପରେ ଚନ୍ଦକା ଥାନାରେ ଖବର ଦେଇଥିଲେ ଲୋକେ । ତୁରନ୍ତ ଖବର ପାଇ ପୋଲିସ ପହଞ୍ଚି ଦେଖିବା ବେଳେ ସମସ୍ତଙ୍କ ହୋଶ ଉଡିଯାଇଥିଲା। ଖଣ୍ଡ ବିଖଣ୍ଡିତ ଶରୀରର କିଛି ବାଟ ଦୂରରେ ପଡିଥିଲା ନାମୀ ଦାମୀ ବାଇକ । ବାଇକଟି ଗୋଟିଏ ଗଛରେ ପିଟି ହୋଇଥିବା ଜଣାପଡିଛି । ହେଲେ ଏଠି ପ୍ରଶ୍ନ ଉଠୁଛି । ଯଦି ବାଇକଟି ଗଛରେ ପିଟି ହୋଇ ଦୁର୍ଘଟଣା ହୋଇଥିବ ତେବେ ଯୁବକଙ୍କ ମୁଣ୍ଡ ଫାଟିବ କିମ୍ବା ଗୋଡ଼ ହାଥ ଭାଙ୍ଗିଯିବ । କିନ୍ତୁ ଏଠି ଦୃଶ୍ୟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ଶରୀରର ଅଣ୍ଟା ତଳୁ ଦୁଇ ଗୋଡ଼ ନାହିଁ କି ହାଥ ଦୁଇଟି କଟି ଯାଇଛି । ଏମିତି ଦୁର୍ଘଟଣା କେମିତି ହେଲା ସମସ୍ତେ ଚିନ୍ତା କରୁଛନ୍ତି । ଏହା ଏକ ହତ୍ୟାକାଣ୍ଡ ବୋଲି ଲୋକେ କହିଛନ୍ତି । ପ୍ରଥମେ ହତ୍ୟା କରିବା ପରେ ଶରୀରକୁ କାଟି ତାଙ୍କ ବାଇକକୁ ଅନ୍ୟ ଏକ ଗାଡ଼ିରେ ପିଟି ଦେଇ ହତ୍ୟାର ସୁରାକ ଲିଭାଇଦେଇଥିବା ଅନୁମାନ କରାଯାଉଛି । ପୋଲିସ ପହଞ୍ଚି ବାଇକ ଜବତ କରିବା ସହ ମୋବାଇଲ ଫୋନ ସହ ଶରୀରର ଖଣ୍ଡ ବିଖଣ୍ଡିତ ଶରୀରକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ତେବେ ଏହି ମୃତ୍ୟୁ କିଭଳି ହେଲା କେମିତି ମୃତ୍ୟୁ ହେଲା କିଏ ସେ ଯୁବକ ଅନ୍ଧାରୁଆ ରାସ୍ତା ପଟରୁ କାହିଁକି ଗଲା । ଏ ସବୁ କୁ ନେଇ ତଦନ୍ତ କରୁଛି ପୋଲିସ ।

related posts

Leave a Comment