ଫୁଲବାଣୀ(ସୁନୀଲପଟନାୟକ): ଅମାନିଆ ହେଲେ ଏଣିକି ଆଉ ଚଳିବନି, କରୋନାକଟକଣାକୁ କଡ଼ାକଡ଼ି ପାଳନ କରାଯିବା ନେଇ ଜିଲ୍ଲାପାଳ ଓ ଏସ ପି ଆଜି ବଜାରର ବିଭିନ୍ନ ସ୍ଥାନ ବୁଲି ଦେଖିବାପରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କରୋନା କଟକଣା କୁ ଲୋକେ ମାନୁନଥିବା ଦେଖିବାକୁ ପାଇଥିଲେ ।
ଏଣୁ କରୋନାପାଇଁ ସରକାର ଜାରି କରିଥିବା କଟକଣା ନିୟମିତ ମାସ୍କ ପିନ୍ଧିବା ସହ ବଜାରରେ ଅନ୍ୟୁନ ୬ ଫୁଟ ସାମାଜିକ ଦୁରତା ବଜାୟ ରଖିବା, ଆବଶ୍ୟକ ନଥିଲେ ଘରୁ ପଦାକୁ ନ ବାହାରିବା, ସର୍ବଦା ସାନିଟାଇଜର ବ୍ୟବହାର କରିବା ନିୟମ ମାନିବ।ପାଇଁ ପର।ମର୍ଶ ଦେଇଥିଲେ।
ତେବେ ଏସବୁ ନିୟମ ନ ମାନିଲେ ଶକ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବାପାଇଁ ଦାୟୀତ୍ଵରେ ଥିବା ଅଧସ୍ତନ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ।ଜିରୋଟଲ ରାନ୍ସ ଉପରେ ଉଭୟ ଜିଲ୍ଲ। ପାଳ ଡା. ବୃନ୍ଦା..ଡି ଓ ଏସପି ବିନିତ ଅଗ୍ରୱାଲଗୁରୁତ୍ଵ ଦେଇ ଥିଲେ।ଆମାନିଆ ମାନଙ୍କ ଉପରେ ଏବଠୁ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗକୁ ପରିସ୍ଥିତି ଅଣାୟତ୍ତ ହୋଇପଡିବ। ଏବେ ହେ। ଟେଲ, ରେଷ୍ଟୁରାଣ୍ଟ,ଫାଷ୍ଟ ଫୁଡ , ଗୁପଚୁପ ,ଦହିବର । । ଜଳଖିଆ ଦୋକାନ ଆଦିରେ କେହି ବସିକରି ଖାଇପାରିବେନି। କେବଳ ପାର୍ସଲ ନେଇ ପାରିବେ , ଅନଲାଇନ ଖାଦ୍ୟ ବୁକିଙ୍ଗ କରିବେ ହେଲେ ଗୁରୁବାର କିଛି ଟିଫିନ ହେଟେଲରେ ଲୋକେ ବସି ଖାଉଥିବା ଦେଖ। ଯାଇଥିଲା।
ସାମାଜିକ ଦୂରତା ମଧ୍ୟ ରକ୍ଷା କରୁ ନାହାନ୍ତି ଫଳରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢିବା ଆଶଙ୍କା ରହିଥିବା କାରଣରୁ ଖୋଦ ଜିଲ୍ଲାପାଳ ଓ ଏସ ପି ମାଦିକୁନ୍ଦା ଛକରୁ ଆରମ୍ଭ କରି ବଜାର, ଗୋପବନ୍ଧୁ ଛକ ଆଦି ବିଭିନ୍ନ ସ୍ଥାନ ବୁଲି ଦେଖିଏହି ନିର୍ଦ୍ଦେଶ ଦେଇଛନ୍ତି । ଅମାନିଆ ଦୋକାନୀ ମାନଙ୍କ ଦୋକାନ ସିଲ କରିବା ସହ ଜରିମାନା ଆଦାୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଓ ଏସପି।.
ସେହିପରି ନାଇଟ କର୍ଫ୍ୟୁ କୁ ମଧ୍ୟ କଡାକଡି ପାଳନ କରିବା ଉପରେ ମଧ୍ୟ ଉଭୟ ଗୁରୁତ୍ଵ ଦେଉଥିଲେ।
କେବଳ ସେତିକି ନୁହେଁ ଅଟେ । . ଟାକ୍ସି , ବସ ଆଦିରେ ମଧ୍ୟ ଅଧିକ ସଂଖ୍ୟକ ଯାତ୍ରୀ ଯେପରି ନଯିବେ ସେଥିପ୍ରତି ମଧ୍ୟ ସତର୍କ ଦୃଷ୍ଟି ରଖିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗାଡିମଟର କୁ ଜବତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆଜିଠୁ ପୋଲିସ ଓ ପ୍ରଶାସନ ପକ୍ଷରୁ ଯାଞ୍ଚ କଡ଼ାକଡି କରାଯାଉଛି ଫଳରେ ସ ହରରେ କୋକୁଆ ଭୟ ସୃଷ୍ଟି ହୋଇଛି ।