Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୨୩ ନୂତନ ପଜିଟିଭ ଚିହ୍ନଟ: ଜଣଙ୍କର ମୃତ୍ୟୁ

କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୨୩ ନୂତନ ପଜିଟିଭ ଚିହ୍ନଟ: ଜଣଙ୍କର ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଗୁରୁବାର କନ୍ଧମାଳ ଜିଲ୍ଲାରେ ପୁଣି୨୩ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ଆଜିର ୨୩ନୂଆପଜିଟିଭ କୁ ମିଶାଇ ପଜିଟିଭ ସଂଖ୍ୟା ୧୬୩ରେ ପହଞ୍ଚିଛି । ସେହିପରି ଆଜି ଜିଲ୍ଲାରେ କରେନା ଦ୍ଵିତୀୟ ଲହରରେ ପ୍ରଥମ କରି ଜଣକର ମୃତ୍ୟୁ ଘଟିଛି। ଫଳରେ ପୁର୍ବରୁ ୩୩ରେ ଥିବା ମୃତ୍ୟୁ ସଂଖ୍ୟା ବୁର୍ଦ୍ଧି ପାଇ ୩୪ରେ ପହଞ୍ଚିଛି। ଫୁଲବାଣୀ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ସଂଖ୍ୟା ମଧ୍ୟ ଦିନକୁ ଦିନବୃଦ୍ଧି ପାଉଛି। ପ୍ରଶାସନ ଓ ପୋଲିସ ସହ ର ର ବିଭିନ୍ନ ଛକ ସ୍ଥାନ ଓ ବଜାରରେ ବୁଲିବୁଲି
ମାସ୍କ ଓ ସାମାଜିକ ଦୂରତା ଚେକିଙ୍ଗ ରିତିମତ କର। ଯାଉଛି । ବସ ଷ୍ଟାଣ୍ତରେ ମଧ୍ୟ ପୋଲିସ ବସ , ଟାକ୍ସି ଓ ଅଟେ । ମଧ୍ୟ ଯାଞ୍ଚ କରୁଛି।ତଥାପି କରୋନା ସଂକ୍ରମିତ ଙ୍କ ସଂଖ୍ଯା ଦିନକୁ ଦିନ ବୃଦ୍ଧିପାଉଛି । ଫଳରେ ପ୍ରଶାସନ ଚିନ୍ତାରେ ରହିଛି । ଜିଲ୍ଲାପାଳ ଓ ଏସପି ମଧ୍ୟ ସହରର ମାଦି କୁ ନ୍ଦାଛକରୁ ଆରମ୍ଭ କରି ଗୋପବନ୍ଧୁ ଛକ ଯାଏ ବୁଲି ତଦାରଖ କରିବା ସହ ଅମାନିଆ ଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟାଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ପ୍ରଶ। ସନ ସତର୍କ ଦୃଷ୍ଟି ରଖିଛି । ନାଇଟ କର୍ଫ୍ୟୁ କୁ ମଧ୍ୟ କଡ଼ାକଡି କରିବାଲାଗି ନିର୍ଦ୍ଦେଶ ଦିଆଯାଇଛି ।
ଆଜି ଜିଲ୍ଲାରେ ୨୩ ଜଣ କରୋନାପଜିଟିଭ ମଧ୍ୟରୁ ବାଲି ଗୁଡ଼ା ବ୍ଳକର ୩ଜଣ, ଓ ବାଲିଗୁଡ଼ାସହରରୁ ଜଣେ କରେ ନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଫିରିଙ୍ଗିଆରୁ୬ଜଣ ,କୋଟଗଡ଼ରୁ ୨ ଜଣ,ଚକାପାଦରୁ ୧ଜଣ, ଦାରିଙ୍ଗବାଡିରୁ ଜଣେ, ଖଜୁରିପଡ଼ାରୁ ଜଣେ, କନୁଆଗାଁରୁ ୩ ଜଣ | ଜି.ଉଦୟଗିରୀ ରୁ ଜଣେ, ଟିକା ବାଲି ଜଣେ, ଫୁଲ ବାଣୀରୁ ଜଣେ, ଓ କନ୍ଧମାଳରୁରୁବନେଶ୍ଵରରେ ୨ ଜଣ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କରେ । ନା ସଂକ୍ରମଣ ସତର୍କ ଦୃଷ୍ଟି ରଖାଯାଇ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି ।

related posts

Leave a Comment