Home Breaking News ଓୟୁଡବ୍ଲୁଜେର ଆଲୋଚନା ଚକ୍ର ଓ କର୍ମକର୍ତ୍ତା ନିର୍ବାଚନ

ଓୟୁଡବ୍ଲୁଜେର ଆଲୋଚନା ଚକ୍ର ଓ କର୍ମକର୍ତ୍ତା ନିର୍ବାଚନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଲାଙ୍ଗୀର: ଓୟୁଡବ୍ଲୁଜେ ର ଆଲୋଚନା ଚକ୍ର ଓ କର୍ମକର୍ତ୍ତା ନିର୍ବାଚନ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ମାରୱାଡି ଧର୍ମ ଶାଳା ଠାରେ ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ (ଭାରତୀୟ ସାମ୍ବାଦିକ ସଂଘ ସହ ସହବନ୍ଧିତ) ବଲାଙ୍ଗୀର ଜିଲ୍ଲା ଶାଖାର ସଦସ୍ୟ ମାନଙ୍କୁ ନେଇ ନୂତନ କମିଟୀ ଗଠନ ଦିଗରେ ଆଲୋଚନା ହୋଇଥିଲା ଏବଂ ଫୋନ ମାଧ୍ୟମରେ, ହୁଆଟସପ୍ ମାଧ୍ୟମରେ ଯୋଗସୂତ୍ର ରଖି କମିଟି ଗଠନର ନିଷ୍ପତି ନେବାସହ ସାମ୍ବାଦିକଙ୍କ ଏକତା, ହକ,ସୁରକ୍ଷା, ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା ଆଲୋଚନାରେ ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ଆଶୁତୋଷ ରଥ ଯୋଗ ଦେଇ ସାମ୍ବାଦିକଙ୍କୁ ଏକତା ସୂତ୍ରରେ ବାନ୍ଧିହୋଇ ରହିଲେ ବିଭିନ୍ନ ସମସ୍ୟାରୁ ଆମେ ମୁକୁଳି ପାରିବl ଏକତା ହିଁ ବଳ ତେଣୁ ସାମ୍ବାଦିକ ମାନେ ଏକଜୁଟ ହେବା ଆବଶ୍ୟକ ତଥା ସମସ୍ୟା ବହୁଳ ବଲାଙ୍ଗୀର ଜିଲ୍ଲାରେ ଆମର ସଂଘ ଜନ ସାଧାରଣଙ୍କ ଆସ୍ଥାଭାଜନ ହୋଇପାରିବ ବୋଲି ଉପସ୍ଥିତ ସଦସ୍ୟଙ୍କୁ ନିଜର ମତସାବ୍ୟସ୍ତ କରିଥିଲେ ଏହି କାର୍ଯ୍ୟକ୍ରମରେ ଚୈତନ୍ୟ କାଲସାଏ, ଦେବାନନ୍ଦ ପୁଟେଲ, ସୁଧୀର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ଉପସ୍ଥିତ ସଦସ୍ୟଙ୍କୁ ରାଜ୍ୟ ଉପସଭାପତି ସଂଘର ପରିଚୟ ପତ୍ର ପ୍ରଦାନ କରିଥିଲେ I ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ଙ୍କୁ ଅବଗତ କରାଯାଇଛି । ଖୁଵଶୀଘ୍ର ବଲାଙ୍ଗୀର ଜିଲ୍ଲା ଶାଖାର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯିବ lସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସାଦର ଅଭିନନ୍ଦନ ଓ ଶୁଭେଚ୍ଛା l

related posts

Leave a Comment