Home Breaking News / ତାଜା ଖବର ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ: 105କେଜି ଗଞ୍ଜେଇ ଜବତ, ୨ ଗିରଫ

ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ: 105କେଜି ଗଞ୍ଜେଇ ଜବତ, ୨ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ପୁଣି ଫିରିଙ୍ଗିଆ ପୋଲିସ କୁ ମିଳିଛି ସଫଳତା l ସଦର ଏସ ଡିପି ଓ ମହେନ୍ଦ୍ର ନାଥ ମୁର୍ମୁ ଙ୍କ ପ୍ରତ୍ୟକ୍ଷ ତତ୍ଵା ବଧାନ ରେ ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମ ସୁନ୍ଦର ରାଓ ଙ୍କ ନେତୃତ୍ୱ ରେ ପୋଲିସ ବିଭାଗର ଏକ ସ୍କ୍ୱାଡ଼ ଚଢ଼ାଉ କରି 105 କେଜି ଗଂଜେଇ ଚୋରା ଚାଲଣ ବେଳେ ଜବତ କରିଛି l ଗଞ୍ଜେଇ ଚୋରା ଚାଲଣ ହେଉଥିବା
ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁଟିଗୁଡା ଗାଁ ରେ ଚଢ଼ାଉ କରି ଗଂଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୨ ଜଣ ଙ୍କୁ ଗିରଫ କରିଛି l
ଗିରଫ ଦୁଇଜଣ ହେଲେ ନୟାଗଡ ଥାନା ଅନ୍ତର୍ଗତ ଗଣିଆ ଅଂଚଳ ର ଦୁର୍ଗା ଚରଣ ଦାସ ଓ ଅନ୍ୟ ଜଣକ ଗଂଜାମ ଜ଼ିଲା ଅନ୍ତର୍ଗତ ଜଗନାଥ ପ୍ରସାଦ ର ସନ୍ତୋଷ ବେହେରା ବୋଲି ଥାନା ଅଧିକାରୀ ରାଓ କହିଛନ୍ତି l
ଏନେଇ ଫିରିଙ୍ଗିଆ ଥାନା ପୋଲିସ 47/21ରେ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁଛି l
ସଦର ଏସ ଡ଼ି ପି ଓ ଙ୍କ ନିର୍ଦେଶ ରେ ଫିରିଙ୍ଗିଆ ପୋଲିସ ବିଭିନ୍ନ ସ୍ଥାନରେ ଚଢା ଉ କରି ପୋଲିସ ଟିମ ଚୋରା ଗଂଜେଇଚାଲାଣ ରୋକିବା ସହ ଗଂଜେଇ ମାଫିଆ ମାନଂକୁ ସା ବାଡ କରିବାରେ ଅନେକଂl ଶ ରେ ସଫଳ ହୋଇଥିବା ଜଣାପଡିଛି lତେବେ ଏତେ ଚଢ଼ାଉ ସତ୍ୱେ ଫିରିଙ୍ଗିଆ, ଗୋଛାପଡା ଥାନା ଅଂଚଳ ରେ ଗଂଜେଇ ଚୋରା ଚାଲାଣ ରୋକିବାର ନାଁ ନେଉ ନଥିବା ରୁ ପୋଲିସ ପାଇଁ ଏହା ମୁଣ୍ଡ ବ୍ୟଥା ପାଲଟିଛି l
ତେବେ ଫିରିଙ୍ଗିଆ ପୋଲିସ ଉଦ୍ୟମ ଜାରି ରଖିଥିବା ଥାନା ଅଧିକାରୀ ରାଓ କହିଛନ୍ତି ଲା

related posts

Leave a Comment