ଫୁଲବାଣୀ(ସୁନୀଲ ପଟନାୟକ): ଫୁଲବାଣୀ ବନଖଣ୍ଡ ପକ୍ଷରୁ ଫୁଲ ବାଣୀବନବିଭାଗ 6ରଂଜ କାର୍ଯ୍ୟାଳୟ ପରିସରରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଫୁଲ ବାଣୀ.ଡିଏଫ ଓ ଲକ୍ଷ୍ମୀନାରାୟଣ ବେହେରା (ଆଇଏଫଏସ) ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ ।
ଏହାଦ୍ଵାରା ଜିଲ୍ଲାରୁ ଉତ୍ପାଦନ ହେଉଥିବା ଫୁଲ ଝାଡୁ, ମହୁ, ଝୁଣା, ଖଲି ପତ୍ର, ଆଦି ବିଭିନ୍ନ ବନ୍ୟଜାତ ଦ୍ରବ୍ୟକୁ ଏଠାରେବିକ୍ରି କରାଯିବା।
ଏହା ଦ୍ଵାରା ଜଙ୍ଗଲରୁ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଗ୍ରାମାଞ୍ଚଳର ଆଦିବାସୀ ମହିଳାମାନେ ଏଣିକି ଉପଯୁକ୍ତ ମୂଲ୍ୟ ପାଇବେ ବୋଲି ଡିଏଫ ଓ ବେହେରା । କହିଛନ୍ତି ।
ପୂର୍ବରୁ ଆଦିବାସୀ ମହିଳାମାନେ ସେମାନଙ୍କ ସଂଗୃହୀତ ଲଘୁ ବନଜାତ ଦ୍ରବ୍ୟଗୁଡ଼ିକୁ କଥା ହୋଇ କମ ଦରରେ ବ୍ୟବସାୟୀମାନଙ୍କୁ ବିକ୍ରୀ କରୁଥିଲେ । ତେବେ ବ ର୍ତମାନ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ମାନଙ୍କଦ୍ୱାରା ସରକାରୀ ଧାର୍ଯ୍ୟ ମୁଲ୍ୟରେ ଲଘୁବନ ଜାତ ଦ୍ରବ୍ୟ କ୍ରୟ କରିବେ। ଫଳରେ ସେମାନେ ଉପଯୁକ୍ତ ମୁଲ୍ୟ ପାଇବେ ଆଉ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତି ଘଟିବ ବୋଲି ବନ ବିଭାଗ ଡିଏଫ ଓ ଲକ୍ଷ୍ମୀନାରାୟଣ ବେହେରା କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଏହି ଉଦଘାଟନୀ ଉତ୍ସବରେ ଫରେଷ୍ଟ ଏ ଏସିଏଫ, 6ରଂ ଜର ସଚିଦାନନ୍ଦ ସେଠୀ, ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପାହାଡ଼ର ମୁଖ୍ୟ ପରୀଚାଳକ ପଞ୍ଚାନନ ମିଶ୍ର ପ୍ରମୁଖଙ୍କ ସମେତ ବହୁ ବନବିଭାଗ କର୍ମଚାରି, ସ୍ଵୟଂସହାୟକ ଗୋଷ୍ଠୀ ମହିଳାମାନେ ଉପସ୍ଥିତ ଥିଲେ।
ଏଠାରେ ଏକ ଲଘୁ ବନଜାତବିକ୍ରୟକେନ୍ଦ୍ର ଖୋଲିବା ପାଇଁ ବହୁ ପୂର୍ବରୁ ଦାବୀ ହୋଇ ଆସୁଥଲେ ମଧ୍ୟ ଖୋଲାଯାଇ ପାରିନଥିଲା । ତେବେ ଡିଏଫଓ ଶ୍ରୀ ବେହେରା ଙ୍କ ବ୍ୟକ୍ତି ଗତ ଉଦ୍ୟମ ଓ ଆନ୍ତରିକତା ଯୋଗୁଁ ପ୍ରଥମଥର ପାଇଁ ଫୁଲବାଣୀ ଡିଭିଜନ ଅଧିନ ଫୁଲବାଣୀଠାରେ ଖୋଲାଯାଇ ପାରିଛି
ବନବିଭାଗ ପକ୍ଷରୁ ଫୁଲବାଣୀ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଲଘୁବନଜାତ ଦ୍ରବ୍ୟ ବିକ୍ରୟ କେନ୍ଦ୍ର ଉଦଘାଟିତ
Share with