ବେଲଗୁଣ୍ଠା(ସୁରେଶ ସୁବୁଦ୍ଧି): ମଙ୍ଗଳପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମି ଇନ୍ଦ୍ରା ଆବାଷ ଯୋଜନା ଦ୍ବାରା ଘର କରିବା ର ମିଛ ପ୍ରାଲୋଭନ ଦେଖାଇ ରାତିଅଧିଆ ମହିଳାଙ୍କ ସହ ଖରାପ ସମ୍ପର୍କ ରଖିବା ବେଳେ CCTV କ୍ୟାମେରା ରେ ଫୋଟ ଓ ଭିଡିଓ ଭାଇରାଲ ।ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଇନ୍ଧିରା ଆବାସ ଯୋଗାଇଦେଇ ପ୍ରତିବଦଳରେ ସରପଞ୍ଚ ସ୍ବାମୀଙ୍କ ଦୁଷ୍କର୍ମ ଉଦ୍ୟମ | ଉଲଗ୍ନ ଫୋଟୋ ଭିଡ଼ିଓ ଭାଇରାଲ| ବେଲଗୁଣ୍ଠା,ବ୍ଲକ ମଙ୍ଗଳପୁର ପଞ୍ଚାୟତ ର ସରପଞ୍ଚ ଲିପି ବେହେରାଙ୍କ ସ୍ୱାମୀ ଟୁକୁନା ବେହେରା 35,ଯିଏକି ଜିଲିବା ସ୍କୁଲ ରେ ଶିକ୍ଷକତା କରୁଛନ୍ରି । ଇନ୍ଦିରା ଆବାଷ ଯୋଜନା ଦ୍ବାରା ଘର ଯୋଗାଇ ଦେଇ ପ୍ରତିବଦଳରେ ରାତିଅଧିଆ ଜଣେ ସ୍ୱାମୀ ପରିତ୍ୟକ୍ତ ଏକାକୀ ରହୁଥିବା 30 ବର୍ଷିଆ ମହିଳାଙ୍କ ଘରକୁ ଯାଇ ଜୋର ଜବରଦସ୍ତ ଖରାପ ସମ୍ପର୍କ ରଖିବା ବେଳେ ମହିଳା ଜଣଙ୍କ ପାଟି କରିବାରୁ ସ୍ତାନୀୟ ଲୋକେ ରୁଣ୍ଡ ହୋଇଥିଲେ । ଲୋକଙ୍କ ଭିଡ଼ ଦେଖି ସରପଞ୍ଚଙ୍କ ସ୍ୱାମୀ ଟୁକୁନା ଲଙ୍ଗଳା ହୋଇ ଘରୁବାହାରିବା ପରେ ଦଉଡି ଯିବାକୁ ଉଦ୍ୟମ କରିଥିଲେ । ଯାହାକି ସିସିଟିଭି ରେ କଏଦୀ ହୋଇଛି । ଏହି ଭିଡ଼ିଓ ମୋବାଇଲ ରୁ ମୋବାଇଲ ଘୁରିବୁଲିବା ସହ ଏ ନେଇ ବେଲଗୁଣ୍ଠା ଅଂଚଳରେ ବିଭିନ୍ନ ମହଲରେ ଏହାକୁ ନେଇ ନିନ୍ଦା କରିବା ସହ ତୁରନ୍ତ ସରପଞ୍ଚ ସ୍ୱାମୀ ଟୁକୁନା କୁ ଗିରଫ କରିବା ସହ ଦୃଡ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଏହା ଗତ 5 ଏପ୍ରିଲ ର ଘଟଣା ବୋଲି ଜଣାପଡିଛି । ସରପଞ୍ଚ ପଦରୁ ନୈତିକତା ଦୃଷ୍ଟିରୁ ଲିପି ବେହେରା ଇସ୍ତଫା ଦେବା ସହଅଭିଯୁକ୍ତ ସ୍ୱାମୀ ଟୁୁକୁନା ଶିକ୍ଷକତା ପଦରୁ ମଧ୍ୟ ଇସ୍ତଫା ଦେବାକୁ ବିଭିନ୍ନ ମହଲରେ ଦାବି ଜୋର ଧରିଛି । ପ୍ରକାଶ ଥାଉକି ଏହି ଘଟଣା ସମ୍ପର୍କରେ ସୂଚନା ପାଇଁ ସ୍ଥାନୀୟ ସରପଞ୍ଚ ଙ୍କୁ ଯୋଗାଯୋଗ କରିବାକୁ ଆମ ପ୍ରତିନିଧି ଚେଷ୍ଠା କରିଥିଲେ ହେଲେ ସରପଞ୍ଚ ସିଲିଗୁଡି ଯାଇଥିବା ହେତୁ କିଛି ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ।
ସରପଞ୍ଚଙ୍କ ସ୍ୱାମୀଙ୍କ କଳାକାରନାମା: ଇନ୍ଦିରା ଆବାସ ଘର ବଦଳରେ ସ୍ୱାମୀ ପରିତ୍ୟକ୍ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ, ଭିଡିଓ ଭାଇରାଲ
Share with
previous post