Home Breaking News / ତାଜା ଖବର ଜମିଜମା ବିବାଦକୁ ନେଇ ବିଭତ୍ସ ହତ୍ୟାକାଣ୍ଡ: ଜଣେ ମୃତ

ଜମିଜମା ବିବାଦକୁ ନେଇ ବିଭତ୍ସ ହତ୍ୟାକାଣ୍ଡ: ଜଣେ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଜମିଜମା ବିବାଦକୁ ନେଇ ବୁଧବାର କନ୍ଧମାଳ ଜିଲ୍ଲା ସିର୍ଲା ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ଜଣଙ୍କ ଭକ୍ତ ପାଟ ମାଝି, Iଗ୍ରାମର ଭକ୍ତ ପାଟ ମାଝି ଓ ବାମୁରା ସୁକା ମାଝିଙ୍କ ମଧ୍ୟରେ ଜମିବାଡିକୁ ନେଇ କୁ ଆଡେ ଦିର୍ଘଦିନ ଧରି ବିବାଦ ଲାଗିରହିଥିଲ। ତେବେ ଉକ୍ତଘରେ ଥିବାବେଳେ ବାମୁରା ଏକ ଧାରୁଆ କଟୁରୀରେ ବେକକୁ ହାଣିଦେବା ଫଳରେ ଭକ୍ତଙ୍କ ପ୍ରବଳ ରକ୍ତସ୍ରାବ ହେବା ଫଳରେ ଘଟଣ ।ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।ଚିକାର ଶୁଣି ଘର ଲୋକେ ପହଞ୍ଚି ଭକ୍ତଙ୍କୁ
ରକ୍ତ ଜୁଡୁ ବୁଡୁ ଅବସ୍ଥାରେଦେଖି ପୋଲିସକୁ ଜଣାଇଥିଲେ ।
ତେବେ ହତ୍ୟାକରି ବାମରା ସୁକା ମାଝି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତୁମୁଡିବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ କରିବାପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତକୁ ଅତି ଶିଘ୍ର ଗିରଫ କରାଯିବା ବୋଲି ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି । ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିବା କହିଛି ।

related posts

Leave a Comment