Home Breaking News / ତାଜା ଖବର ମାୟାବର୍ହା ସ୍କୁଲ ଛାତ୍ର ଗଛରୁ ପଡି ହାତ କଟାଯିବା ଘଟଣା: କୃତ୍ରିମ ହାତ ଲଗାଇବାରେ ଅର୍ଥ ଅଭାବ – ସମାଜ ସେବୀଙ୍କ ସହଯୋଗ ଓ ପ୍ରଶାସନର ସାହାୟତାରେ କଟାହାତରେ ମାଗଣାରେ ଲାଗିବ କୃତ୍ରିମ ହାତ

ମାୟାବର୍ହା ସ୍କୁଲ ଛାତ୍ର ଗଛରୁ ପଡି ହାତ କଟାଯିବା ଘଟଣା: କୃତ୍ରିମ ହାତ ଲଗାଇବାରେ ଅର୍ଥ ଅଭାବ – ସମାଜ ସେବୀଙ୍କ ସହଯୋଗ ଓ ପ୍ରଶାସନର ସାହାୟତାରେ କଟାହାତରେ ମାଗଣାରେ ଲାଗିବ କୃତ୍ରିମ ହାତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷୟ କୁମାର ପୂଜାହାରୀ): ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ମାୟାବର୍ହା ନିବାସୀ ନାରାୟଣ ତାଣ୍ଡିଙ୍କ ସାନପୁଅ ପ୍ରଶାନ୍ତ ତାଣ୍ଡି (୧୫) ସ୍କୁଲ ପରିସରରେ ଗଛରୁ ପଡି ବାମ ହାତ ଭାଙ୍ଗିଥିଲା । ଚିକିତ୍ସା ଅଭାବରୁ ହାତ କଟିବାକୁ ପଡିଥିଲା। ଏ ଖବର ପ୍ରଚାରିତ ହେବା ପରେ ବେସ ଚର୍ଚାରେ ଥିଲା।ତେବେ ଗରିବ ପରିବାର ପୁଅର ଚିକିତ୍ସା କଷ୍ଟେ ମଷ୍ଟେ କରିଥିବା ବେଳେ ପୁଅକୁ କୃତ୍ରିମ ହାତ ଖଣ୍ଡିଏ ଲଗାଇବାକୁ ବହୁଚେଷ୍ଟା କରିଥିଲେ। ସେଥିପଇଁ ଓଲଟପୁର ମଧ୍ୟ ଯାଇଥିଲେ। ତେବେ ଓଲଟପୁରରେ କୃତ୍ରିମ ହାତଟିଏ ଲଗାଇବାକୁ ଲକ୍ଷାଧିକ ଟଙ୍କା ଦରକାର ବୋଲି ଡାକ୍ତର କହିବା ପରେ ପୁଅକୁ ଧରି ଘରକୁ ଫେରିଥିଲେ । ତେବେ ପୁଅର ଚିକିତ୍ସା ରେ ଅର୍ଥ ବାଧକ ସାଜିଥିବା ଖବର କୌଣସି ସୁତ୍ରରୁ ଜାଣିବାପରେ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦର ମୁଖ୍ୟ ଉପଦେଷ୍ଟା ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ଓ ସଭାପତି ନିହାଲ ସିଂ ଆଜି ମାୟାବର୍ହା ସ୍ଥିତ ନାରାୟଣ ତାଣ୍ଡିଙ୍କ ଘରେ ପହଞ୍ଚିଥିଲେ। ଉଭୟେ ଗରିବ ନାରାୟଣ ତାଣ୍ଡିର ପରିବାରକୁ କିଛି ଆର୍ଥିକ ସହାଯ୍ୟ ପ୍ରଦାନ କରିବା ସହ ସୁବର୍ଣ୍ଣପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତାହିର ହୁସେନ୍ ଙ୍କୁ ଫୋନ ମାଧ୍ୟମରେ ଘଟଣା ବିଷୟରେ ଅବଗତ କରାଇବା ସହ ପ୍ରଶାନ୍ତ ପାଇଁ କୃତ୍ରିମ ହାତଲଗାଇବାର ବ୍ୟବସ୍ଥାକରିବାକୁ ଅନୁରୋଧ କରିଥିଲେ। ତେବେ ଓଲଟପୁର ଯାଇ ଆଉ ଖର୍ଚାନ୍ତ ହେବାକୁ ପଡିବନି ଏବେ ସମ୍ବଳପୁର ସ୍ଥିତ ବାଳିବନ୍ଧା ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ଠାରେ ମାଗଣାରେ କୃତ୍ରିମ ହାତଗୋଡ ଲଗାଇବାର ବ୍ୟବସ୍ଥା ହେଉଥିବା ସୁଚନା ଦେଇଥିଲେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ। ତେବେ ପ୍ରଶାନ୍ତର କଟା ବାମ ହାତରେ ମାଗଣାରେ ଉକ୍ତ କେନ୍ଦ୍ରରେ କୃତ୍ରିମ ହାତ ଲଗାଇବାର ବ୍ୟବସ୍ଥା କରାଯିବ ବୋଲି ସୁଚନା ଦେଇଥିଲେ। ତେବେ ନିହାଲ ସିଂଙ୍କ ସୁଚନା ମତେ ୧୦ଟି ଜିଲ୍ଲାର ଲୋକଙ୍କ ପାଇଁ କୃତ୍ରିମ ହାତଗୋଡ ଲଗାଇବାର ସୁବ୍ୟବସ୍ଥା ବାଲିବନ୍ଧା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ଉପଲବ୍ଧ ହେଉଥିବା ସୁଚନା ଦେଇଥିଲେ।। ଆଉ ଓଲଟପୁର ଚିକିତ୍ସା ସକାଶେ ଲୋକେ ଖର୍ଚାନ୍ତ ହେବେନି ବୋଲି ଉଭୟେ ସୁଚନା ଦେଇଥିଲେ। ଏ ଅବସରରେ ବିନିକା ସନ୍ତୋଷ କୁମାର ବନଚ୍ଛୋର, ରାମଗୋପାଲ ବାଘ ଓ ରସିକ ସୁନା ପ୍ରମୁଖ ଉପସ୍ଥିତ ଥିଲେ।

related posts

Leave a Comment