Home Breaking News / ତାଜା ଖବର ଗାୟତ୍ରୀ ଶକ୍ତି ପୀଠରେ ନବ ରାତ୍ର ପୂର୍ଣ୍ଣାହୁତି ଓ ରାମନବମୀ ପାଳିତ

ଗାୟତ୍ରୀ ଶକ୍ତି ପୀଠରେ ନବ ରାତ୍ର ପୂର୍ଣ୍ଣାହୁତି ଓ ରାମନବମୀ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ୱର ରାଉତ): ରାୟଗଡା ଜିଲ୍ଲା ଗାୟତ୍ରୀ ଶକ୍ତିପୀଠରେ ନବ ରାତ୍ର ର ପୂର୍ଣ୍ଣାହୁତି ହେବା ସହ ରାମ ନବମୀ ପାଳିତ ହେଇଛି l କରନା କଟକଣା ଯୋଗୁଁ ଅଧିକ ଜନ ସମାଗମ ନହୋଇ ମାସ୍କ ପରିଧାନ କରି ସାମାଜିକ ଦୂରତା ମାନି କାର୍ଯ୍ୟକ୍ରମ କରାଯାଇଥିଲା lଚୈତ୍ର ମାସରେ ମା ଙ୍କ ଉପାସନା ନିମନ୍ତେ ଆଜି ଦିନ ନ ଦିନ ପୂର୍ବ ରୂ ଆରମ୍ବ ହୋଇ ପୁରା ନ ଦିନ ବ୍ରତ ଧାରଣ କରି ମନ୍ତ୍ର ଜପ କରିଥାନ୍ତି l ପ୍ରତି ଦିନ ତ୍ରି ସନ୍ଧ୍ୟା କରି ତିନି ବେଳା ଅଖଣ୍ଡ ଜପ କରି ଶେଷ ଦିନରେ ସମୁଦାୟ 24000 ହଜାର ମନ୍ତ୍ର ଜପ କରି ଅଲଣା ଅମିଠା ଅକଟା ଅବଟା ଖାଇ ଜପ ଧ୍ୟାନ କରି ମାନସିକ ପୂରଣ କରିଥାନ୍ତି l ନବ ରାତ୍ର ପାଳନକଲେ ଶରୀରରୂ ରୋଗ ଦୂର କରି ସାଧନା ଶକ୍ତି ଆସି ଐଁସୁରୀକ ପ୍ରଭାବ ପଡିଥାଏ l ରାୟଗଡା ଶକ୍ତି ପୀଠ ଗାୟତ୍ରୀ ପରିବାର ତରଫରୁ ଏହି ଆୟୋଜନ କରା ଯାଇଥିଲା l ପୂଜକ ସୁରେଶ କୁମାର ଦାସ ଓ ସୁଜାତା ଦାସ ପ୍ରମୁଖ ପୂଜା ପରିଚାଳନା କରିଥିଲେ ଯଜ୍ଞ ଉପରାନ୍ତ ଭୋଜନ କରି ଯଜ୍ଞ ସମାପନ ହୋଇଥିଲା

related posts

Leave a Comment