Home Breaking News / ତାଜା ଖବର କରୋନାର ଦ୍ଵିତୀୟ ଲହରରେ ସୀମାନ୍ତ ମୋଟୁ ଠାରେ ବସ ମାଲିକମାନେ ପ୍ରବାସୀଙ୍କ ଠାରୁ ତଣ୍ଟି ଚିପା ଭଡା ଆଦାୟ

କରୋନାର ଦ୍ଵିତୀୟ ଲହରରେ ସୀମାନ୍ତ ମୋଟୁ ଠାରେ ବସ ମାଲିକମାନେ ପ୍ରବାସୀଙ୍କ ଠାରୁ ତଣ୍ଟି ଚିପା ଭଡା ଆଦାୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଲି): କରୋନାର ଦ୍ବିତୀୟ ଲହରୀ ଲେଉଟାଣି ମହା ଭୟଙ୍କର , ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହାର ସଂକ୍ରମଣ ବହୁମାତ୍ରାରେ ବଢି ଯାଇଥିବା ମେଡ଼ିକାଲ ରିପୋର୍ଟରୁ ଦେଖିବାକୁ ମିଳିଛି । ପୁଣି ଆରମ୍ଭ ହୋଇଯାଇଛି କରୋନା ର କରୁଣ କାହାଣୀ , କରୋନା ସଂକରମଣ ଭୟରେ ଚାକିରି ବାକିରି ଛାଡି ନିଜ ଜୀବନକୁ ବଞ୍ଚାଇବା ପାଇଁ ଗତ ବର୍ଷ ଭଳି ପ୍ରବାସୀ ଶ୍ରମିକ ମାନେ ଘରବାହୁଡା ହେବାକୁ ଲାଗିଲେଣି । ସୀମାନ୍ତ ମୋଟୁ ପ୍ରବେଶ ପଥ ଦେଇ ଗତ୮ଦିନ ମଧ୍ୟରେ ପ୍ରାୟ ୨୨୦୦ ରୁ ଉର୍ଦ୍ଧ ପ୍ରବାସୀ ଶ୍ରମିକ ଘରବାହୁଡ଼ା ହେଲେଣି । ଏମାନଙ୍କ ମଧ୍ୟରୁ ଅନ୍ୟାନ୍ୟ ଜିଲ୍ଲା ର କିଛି ପ୍ରବାସୀ ଶ୍ରମିକ ରହିଛନ୍ତି । ମୋଟୁ ସୀମାନ୍ତ ପାଲଟି ଯାଇଛି ଆନ୍ତପ୍ରଦେଶର ପ୍ରବେଶ ଦ୍ଵାର । ଓଡ଼ିଶାର ଶେଷ ସୀମା ମୋଟୁ କୁ ଲାଗିଛି ଆନ୍ଦ୍ରପ୍ରଦେଶ , ତେଲାଙ୍ଗାନା , ଛତିଶଗଡ଼ ରାଜ୍ୟ ଏହା ୪ଟି ରାଜ୍ୟ ସୀମାନ୍ତରେ ଥିବାରୁ ଏହି ପଥଦେଇ ୪ଟି ରାଜ୍ୟର ପ୍ରବାସୀ ଶ୍ରମିକ ମାନେ ନିଜ ନିଜ ଘରକୁ ଫେରି ଥାନ୍ତି । କିନ୍ତୁ ଦୁଃଖ ର କଥା ଏହି ସମୟରେ କିଛି ସ୍ୱାର୍ଥପର ବସ ମାଲିକ ମାନେ ଶ୍ରମିକ ମାନଙ୍କୁ ଶୋଷଣ କରୁଥିବା ଜନସାଧାରଣଙ୍କ ନଜରକୁ ଆସିଛି ।ହାଇଦ୍ରାବାଦ୍ ଠାରୁ ଫେରୁଥିବା ଶ୍ରମିକ ମୋଟୁ ଆସିବା ପାଇଁ 1500 ରୁ 2000 ଟଙ୍କା ଓ ସେହିପରି ମୋଟୁ ଠାରୁ ମାଲକାନଗିରି 250 ଓ ଜୟପୁର କିମ୍ବା ନବରଙ୍ଗପୁର ଜିଲ୍ଲା କୁ 500 ଟଙ୍କା ଭଡା ପ୍ରବାସୀ ଶ୍ରମିକଙ୍କ ଠାରୁ ନେଉଥିବା ସୂଚନା ମିଳିଛି। ଶ୍ରମିକ ମାନେ କୋରାନା ଯୋଗୁଁ ନିଜ ନିଜ ଅଞ୍ଚଳ କୁ ଫେରିବା ବେଳେ ବସ୍ ମାଲିକ ମାନେ ଜଣକ ପିଛା 1500 ରୁ 2000 ଟଙ୍କା ବସ ଭଡା ଦାବି କରି ନେଉଛନ୍ତି ସେହି ପରି ଅନ୍ତଃ ରାଜ୍ୟ ବସ ସେବା ମାଲିକ ମଧ୍ୟ ଏହି କାର୍ଯ୍ୟରୁ ପଛାଉନାହାନ୍ତି । ଏହିପରି ଘଟଣା ଆଜି ମାଲକାନଗିରି ଜିଲ୍ଲାରେ ଘଟିଥିବା ଦେଖିବାକୁ ମିଳିଛି। ମୋଟୁ ର ବାଙ୍କେଶ୍ୱରୀ ବସ ସେବା ଏହିପରି ଯାତ୍ରୀ ମାନଙ୍କ ଠାରୁ ଅଧିକା ବସ ଭଡା ନେଉଥିବା କଥା ସୂଚନା ମିଳିଛି । ବଙ୍କେଶ୍ୱରୀ ବସ ମାଲିକ ବି. ସୁବାରଓ ପାତ୍ର ଏବଂ ତାଙ୍କ କନିଷ୍ଠ ପୁତ୍ର ବି. ରମେଶ କୁମାର ଏହିଭଳି କାମ କରିବାକୁ ପଛାଉନଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହିଭଳି ଅଭିଯୋଗ ଆସିବା ପରେ ଆମେ ଗଲୁ ମାଲକାନଗିରିସ୍ଥ ବସଷ୍ଟାଣ୍ଡ କୁ, ସେଠି ବଙ୍କେଶ୍ୱରୀ ଟ୍ରାଭେଲସରେ ବସି ଯାଉଥିବା ପ୍ରବାସୀଙ୍କ ନିକଟକୁ । ସେଠାରେ ପାସେଞ୍ଜର ଙ୍କୁ ବୁଝିବାରୁ ସେମାନେ କହିଲେ 200ଟଙ୍କା ଭଡା ନେବା ଜାଗାରେ 500 ଟଙ୍କା ଲେଖାଏଁ ନେଉଛନ୍ତି ନହେଲେ ବସରେ ଜିବାକୁ ମନା କରୁଛନ୍ତି। ତାପରେ ବସ ର କାଣ୍ଡକ୍ଟରଙ୍କୁ ବୁଝିବାରୁ ସେ କହିଲେ ମୁଁ କିଛି ଜାଣିନି ଆମ ମାଲିକ ମୋଟୁ ଠାରେ ଯାହା କରୁଛନ୍ତି।ମୁଁ ଖାଲି ବାଟ ପସେଞ୍ଜରଙ୍କ କଥା ବୁଝୁଛି।ତାପରେ ଘରୋଇ ବସ ମାଲିକ ସଂଘର ସଭାପତି ଭକ୍ତ ଚରଣ ରାଉତଙ୍କୁ ବୁଝିବାରୁ ସେ କହିଲେ ବସ ଭଡ଼ା ବାବଦରେ ଆମେ କିଛି କହିପାରିବୁନି ଆମର କାମ ହେଲା ବସ ଗୁଡିକ ଠିକ ସମୟରେ ଜିବା ଏବଂ କୋଉଠି ସୁବିଧଅସୁବିଧା ରେ ଆମ ସଂଘ ବୁଝାବୁଝି କରିବ। ଏହିପରି ବାରମ୍ବାର ଘଟୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁନଥିବା, ଆଞ୍ଚଳିକ ପରିବହନ ବିଭାଗ ଜାଣି ଅଜଣା ପରି ରହୁଥିବା କାରଣ କଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏଥିରେ ସମ୍ପୁର୍ଣ ସନ୍ଦେହ ସୃଷ୍ଟି ହେଉଛି ବସ୍ ମାଲିକ ଓ ପରିବହନ ବିଭାଗ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲୁଥିବା।

related posts

Leave a Comment