Home Breaking News / ତାଜା ଖବର ଅଜଣା ରୋଗରେ ଆକ୍ରାନ୍ତ ଯୁବକର ସ୍ବାସ୍ଥ୍ୟବସ୍ଥା ଗୁରୁତର, ଅର୍ଥାଭାବ ଯୋଗୁ ହୋଇପାରୁନି ଚିକିତ୍ସା

ଅଜଣା ରୋଗରେ ଆକ୍ରାନ୍ତ ଯୁବକର ସ୍ବାସ୍ଥ୍ୟବସ୍ଥା ଗୁରୁତର, ଅର୍ଥାଭାବ ଯୋଗୁ ହୋଇପାରୁନି ଚିକିତ୍ସା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋରିଗୁମା(ବିଶ୍ୱଜିତ ପାଣିଗ୍ରାହୀ): ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ହର୍ଦଳି ପଞ୍ଚାୟତର ହର୍ଦ୍ଧଳି ଗ୍ରାମର ପନ୍ଦର ବର୍ଷର ଯୁବକ ସହଦେଵ ମୁଦୁଲି ଅଚିହ୍ନା ରୋଗରେ ଆକ୍ରାନ୍ତ ହେବା ସହ ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଘରେ ପଡ଼ିରହିଛନ୍ତି।ମା,ଭଉଣୀ ଙ୍କ ସାହାରା ରେ ଜୀବନ ବିତାଉଛନ୍ତି l ବାପା ରାମ ମୁଦୁଲି କହିବା ଅନୁଯାୟୀ ପ୍ରାୟ ଦୁଇ ବର୍ଷ ତଳେ ସହଦେଵ ଅଜଣା ରୋଗରେ ଆକ୍ରାନ୍ତ ହେଲେ।ପ୍ରଥମେ ଜୟପୁର ପରେ କୋରାପୁଟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ସ୍ବାସ୍ଥ୍ୟ ପରୀକ୍ଷା ପରେ ବ୍ରହ୍ମପୁର ଡାକ୍ତରଖାନା କୁ ନେବା ପାଇଁ ପରାମର୍ଶ ଦିଆଯାଇଥିଲା କିନ୍ତୁ ଅର୍ଥ ଅଭାବରୁ ପୁଅକୁ ଘରକୁ ଫେରାଇ ଆଣିଥିଲେ। ବର୍ତମାନ ସହଦେଵ ଙ୍କ ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି ।ସହଦେଵ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଡିଛି, ସବୁଠିକ ଠାକ ଥିଲା ସାଙ୍ଗ ମାନଙ୍କ ସହିତ ସ୍କଲ ଯାଉଥିଲା ଖେଳକୁଦ ପ୍ରତିଯୋଗିତାରେ ଭାଗ ମଧ୍ୟ ନେଉଥିଲା କିନ୍ତୁ ଭାଗ୍ୟର ଖେଳ ଅଚାନକ ରୋଗରେ ପଡି ଦୁଇଟି ଗୋଡ଼ ହାତ ଅଚଳ ହେଇ ପଡିଛି।ଗୋଟିଏ ଇଞ୍ଚ ଘୁଞ୍ଚିବା ପାଇଁ ହେଲେ ତାକୁ ଟେକିବାକୁ ପଡେ l ଏବେ ବି ପାଠ ପଡିବା ପାଇଁ ଆଗ୍ରହ କରନ୍ତି ସହଦେଵ l ବାପା ମା ଙ୍କୁ ସାହାରା ଦେବା ସମୟରେ ନିଜେ ସେମାନଙ୍କ ସହାରା ରେ ବଞ୍ଚୁଛନ୍ତି । ଏହା ଛଡ଼ା ସହଦେଵ ସ୍ୱାସ୍ଥ୍ୟର ଅବନ୍ନତି ହେବା ସହ ସଂପୁର୍ଣ୍ଣ ଦେହ ଶୁଖିଗଲାଣି। ପନ୍ଦର ବର୍ଷ ବୟସର ପୁଅର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରାମନାଥ ପ୍ରକାଶ କରିଛନ୍ତି ଯେ, ସେ ନିହାତି ଗରିବ ବ୍ୟକ୍ତି। ଖଟିଲେ ଯାଇ ପେଟ ପୂରେ। ବଡ଼ ଡ଼ାକ୍ତରଖାନାକୁ ନେଇ ଉନ୍ନତ ଚିକିତ୍ସା କରାଇବା ପାଇଁ ତାଙ୍କ ପାଖରେ ଶକ୍ତି କି ସମ୍ବଳ ନାହିଁ। ଏଣୁ ତାଙ୍କ ପୁଅର ଜୀବନ ରକ୍ଷା ପାଇଁ ସରକାରଙ୍କ ତରଫରୁ ସହଯୋଗ ପ୍ରଦାନ କରାଯାଉ। ପ୍ରାୟ ଦୁଇ ରୁ ତିନି ବର୍ଷ ଧରି ଅଜଣା ରୋଗରେ ଆକ୍ରାନ୍ତ ସହଦେଵ ଚିକିତ୍ସା ପାଇଁ ସରକାରୀ କିମ୍ବା ବେସରକାରୀ ସ୍ତରରେ ସାହାଯ୍ୟ କରିବା ପାଇଁ ଗ୍ରାମବାସୀମାନେ ମଧ୍ୟ ନିବେଦନ କରିଛନ୍ତି।

related posts

Leave a Comment