ରାୟଗଡ(ଧନେଶ୍ୱର ରାଉତ)-ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଞ୍ଚଳରେ ଚାଷୀଙ୍କ ପାଣି ମଟର ଚୋରି ଦିନକୁ ଦିନ ବୃଦ୍ଧି ପାଉଛି ହଇରାଣ ହେଉଛନ୍ତି ଚାଷୀ l ଗତ 20/03 ରେ କୁଚ୍ଇପଦର ରୂ ଦୁଇ, ରତାଚୁଆ ରୂ ଦୁଇ ଓ ହାତୀ ଖମନ ରୂ ଏକ ଗୋଟି ସମୁଦାୟ ପାଞ୍ଚ ଗୋଟି ପାଣି ମଟର ଚୋରି ହେଇଛି ଏଥି ନେଇ ଦୋରଗୁଡ଼ା ଓ ଅଣ୍ଡିରାକଂଚ ଥାନାରେ ଚାଷୀ ପୃଥକ ପୃଥକ ଲିଖିତ ଅଭିଯୋଗ କରିଛନ୍ତି l ସେହିଭଳି ଗତ କାଲି ଅର୍ଥାତ 15/04 ଦିନ ଆଉ ଦୁଇ ଗୋଟି ମଟର ଚୋରି ହେଇଛି ଶିଳା ଗାଁ ର ଚାଷ ଜମିରେ ଲାଗି ଥିବା ବେଳେ ପୂର୍ବ ଦିନ ପାଣି ଚଳାଇ ରାତି ଘରକୁ ଯାଇ ସକାଳୁ ଦେଖିଲା ବେଳେକୁ ମଟର ନାହିଁ ଏନେଇ ଚାଷୀ ମାଝୀଙ୍କୁ ପୋଲିସ ରେ କାହିଁକି ଅଭିଯୋଗ କଲନାହିଁ ବୋଲି ବାରୁ କଣ ହେବ ଆଜ୍ଞା ଆଗରୁ ଅଭିଯୋଗ କରିଥିବା ତା ତ ମିଳିନି ତାଙ୍କୁ କହିବା ଅପେକ୍ଷା ଚୁପ ରହିବା ଅଧିକ ଶ୍ରେୟସ୍କର ବୋଲି କହିଛନ୍ତି l ପ୍ରକାଶ ଥାଉକି କାଶୀପୁର ବ୍ଲକ ଅଣ ଜଳସେଚିତ ଚାଷ ଜମି ଅଧିକ ଅଟେ ଜମି ଥାଇ ସୁଦ୍ଧା ଲୋକେ ପାଣି ଅଭାବରୁ ଚାଷ କରିପାରନ୍ତି ନାହିଁ ଏହି ଅଞ୍ଚଳ କ୍ଷୁଦାର୍ଥ ତୃଷାର୍ଥ ଅଟନ୍ତି ବର୍ଷା ଋତୁରେ ବର୍ଷା ଅଧିକ ଗ୍ରୀଷ୍ମ ଋତୁରେ ଜଳ ଶୂନ୍ୟ ଅବସ୍ଥାରେ ଚଳନ୍ତି l କାଶୀପୁର ଏପରି ଜାଗା ଯାହା ଆମ୍ବ ଟାକୁଆ ଖାଇ ମୃତ୍ୟୁ ବାରଣ କରିବାରେ ଏକମାତ୍ର ବ୍ଲକ ଓ ବିଶ୍ୱ ଚର୍ଚିତ ଅଟେ l ଏଭଳି ପରିସ୍ଥିତିରେ ଓଡ଼ିଶାରେ ଦାଦନ ଖଟାଇବାପାଇଁ ବାହାର ରାଜ୍ୟକୁ ଯିବାରେ ବୋଧେ ପ୍ରଥମ ଥିବ l ଏଭଳି ଅବସ୍ଥାକୁ ସମାଧାନ କରି ଗତ କିଛି ବର୍ଷ ହେଲା ଗଭୀର ନଳକୂପ ଖନନ କରି ଚାଷୀଙ୍କୁ ଜଳ ସେଚନ ସୁବିଧା କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଏଭଳି ଚୋରି ହେବା ଯୋଗୁଁ ଆର୍ଥିକ ମାନଦଣ୍ଡ କମି ଯାଉଛି l ଏନେଇ ଗଭୀର ନଳକୂପ ବିଭାଗର ଓଭରସିୟର ଜି ତାରକେଶ୍ୱର ରାଓ ଓ କନିଷ୍ଟ ଯନ୍ତ୍ରୀ ହୁଡ଼ା ଭୂମିଜ ଙ୍କୁ ପଚାରିବାରୁ ସେ କହିଥିଲେ ଆମେ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଇ ଚାଷୀଙ୍କୁ ହସ୍ତାନ୍ତର କରାଯାଇଛି l ଆଉ ଅନେକ ପ୍ରକଳ୍ପ କରାଯିବାର ଯୋଜନା ରହିଛି ବୋଲି କହିଛନ୍ତି l ଏହି ଚୋରି ରୋକା ନ ଗଲେ ପ୍ରକଳ୍ପ ର ଲାଭ ଚାଷୀଙ୍କୁ ମିଳିବା କଷ୍ଟକର l ତେଣୁ ଗଣ ମାଧ୍ୟମ ଜରିଆରେ କ୍ଷତିଗ୍ରସ୍ତ ଚାଷୀ ନେହୁରା ହେଇ କହିଛନ୍ତି ଏଭଳି ଚୋରି ରୋକିବା ସହ ପ୍ରକୃତ ଚୋରକୁ ଧରି ମଟର ଲଗାଇ ପୁନଃ ଚାଲୁ କରାଗଲେ ଚଷୀ କୁଳ ଉପକୃତ ହୋଇପାରନ୍ତେ l
ଚାଷୀଙ୍କ ପାଣି ମଟର ଚୋରି: ଥାନାରେ ଏତଲା
Share with
previous post