Share with
ବୁଗୁଡ଼ା(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲା ର ପୋଲସରା ଥାନା ଅନ୍ତର୍ଗତ ମଥୁରା ଗୁଡିମାଳ ଗ୍ରାମର ନିରଞ୍ଜନ ନାହକ ଙ୍କ ମୃତ୍ୟୁ ହୋଇଛି। କଳମ୍ବ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ କରୁଥିଲେ ନିରଞ୍ଜନ ନାହକ। ଆଜି ସକାଳୁ ମାରଦା ମନ୍ଦିର ଛକ ନିକଟରେ ରହିଥିବା ବିଶ୍ରାମଗର ରେ ପଡିରହିଥିବା ବେଳେ ମୃତ ଦେହକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ମୃତ୍ୟୁ ର କାରଣ ସ୍ପଷ୍ଟ ଜଣା ପଡିନଥିବା ବେଳେ ସେହି ଗ୍ରାମର ବନିତା ସେଠି ଗତ କାଲି ରାତିରେ ଆସି ନିରଞ୍ଜନ ଙ୍କ ଘରେ ରହିଥିବା ବେଳେ ପ୍ରେମ ସମ୍ପର୍କ କୁ ନେଇ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ। ଅନ୍ୟପଟେ ନିରଞ୍ଜନ କୁ ବିଷ ଦେଇ ମାରିଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇ ମହିଳା ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି।।