Home Breaking News ବିଧାୟକଙ୍କ ଘରେ ପସିଲା ଢ଼ମଣା

ବିଧାୟକଙ୍କ ଘରେ ପସିଲା ଢ଼ମଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ବଦ୍ରୀ ନାରାୟଣ ପାତ୍ର ଙ୍କ ରାଜଭବନ ନିକଟସ୍ଥ ସରକାରୀ ବାସଭବନରେ ଥିବା ଆଉଟ ହାଉସ ର ଲୁହା ପାଇପ ଖୁଣ୍ଟ ଭିତରେ ଏକ 4 ଫୁଟ ଲମ୍ବର ଢ଼ମଣା ସାପ ଫସି ଯାଇଥିଲା । କିନ୍ତୁ ଯେତେ ଚେଷ୍ଟା କଲେ ବି ସାପ ଟି ଆଉ ବାହାରକୁ ବାହାରି ପାରୁନଥିଲା । ସାପ ଟିକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନ କୁ ଖବର ଦିଆଯାଇଥିଲା । ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି କେମିତି ସାପ କୁ ଉଦ୍ଧାର କରିବେ ହଠାତ କିଛି ବାଟ ପାଇନଥିଲେ । ବିଧାୟକଙ୍କ ପୁତ୍ର ପ୍ରିୟଦର୍ଶୀ ପାତ୍ର ଙ୍କୁ ସେହି ଲୁହା ପାଇପ ଦୁଇ ପଟୁ ୱେଲଡିଂ ଛଡ଼େଇବା ପାଇଁ ଅନୁରୋଧ କରିବାରୁ ସେ ସଙ୍ଗେ ସଙ୍ଗେ ରାଜି ହୋଇଯାଇଥିଲେ । ଏହା ଏକ ଶାବଳ ସାହାଯ୍ୟରେ 2 ପଟୁ ୱେଲଡିଂ ହୋଇଥିବା ଲୁହା ପ୍ଲେଟ 2 ଟିକୁ ଛଡା ଯାଇଥିଲା । ତା ପରେ ପ୍ରିୟଦର୍ଶୀ ନିଜେ ଅଜବେଷ୍ଟସ ଭାର ରହିଥିବା ପାଇପ କୁ ଶାବଳ ସାହାଯ୍ୟ ରେ ଉପରକୁ ଟେକିବା ପରେ ଶୁଭେନ୍ଦୁ ଯତ୍ନର ସହିତ ଢ଼ମଣା ସାପର ମୁଣ୍ଡ କୁ ଧରି ପାଇପ ବାହାରକୁ ଆଣିଥିଲେ । ତେବେ ଦୀର୍ଘ ସମୟ ଧରି ସାପ ଟି ପାଇପ ଭିତରେ ଫସି ମୁକୁଳିବା ପାଇଁ ଚେଷ୍ଟା କରି ଭିଡିମୋଡି ହେବା ଫଳରେ ପେଟ ରେ ଟିକେ ଖଣ୍ଡିଆ ହୋଇଯାଇଛି । ସେଥିପାଇଁ ସାପ ଟିକୁ ଓୟୁଏଟି ରେ ଭେଟେରିନାରୀ କଲେଜ କୁ ଚିକିତ୍ସା ପାଇଁ ନିଆଯାଇଛି ।

related posts

Leave a Comment