Home Breaking News / ତାଜା ଖବର ସପ୍ତାହାନ୍ତ ସଟଡାଉନକୁ ନେଇ କୋଦଳା ତହସିଲଦାରଙ୍କ ସଚେତନତା କାର୍ଯ୍ୟକ୍ରମ

ସପ୍ତାହାନ୍ତ ସଟଡାଉନକୁ ନେଇ କୋଦଳା ତହସିଲଦାରଙ୍କ ସଚେତନତା କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅଭିମନୁମିଶ୍ର: ରାଜ୍ୟରେ କରୋନା ସଂଙ୍କ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟର ସହରାଞ୍ଚଳରେ ୨୪ ତାରିଖରୁ ଆରମ୍ଭ ହେଉଛି ସପ୍ତାହାନ୍ତ ସଟଡାଉନ୍। ସପ୍ତାହର ପ୍ରତି ଶନିବାର ଓ ରବିବାର  ସହରାଞ୍ଚଳଗୁଡ଼ିକରେ ସଟଡାଉନ୍ ଲାଗୁ ହେବାକୁ ଯାଉଥିବା ବେଳେ ଏନେଇ ସଚେତନତା କରିଛନ୍ତି ଗଞ୍ଜାମ ଜିଲ୍ଲା ର କୋଦଳା ତହସିଲଦାର ଅବନୀ କୁମାର ସାହୁ ।କୋଦଳା ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଏହି ତହସିଲ ଅନ୍ତର୍ଗତ ବିଭିନ୍ନ ବ୍ଯବସାୟୀକ ସଙ୍ଗଠନ ମାନଙ୍କୁ ନେଇ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଟଡାଉନ୍ କୁ ନେଇ କଣ ସବୁ କଟକଣା ଜାରି ହେବ, କେଉଁ ସେବା ଚାଲୁ ରହିବ, ଏବଂ କଣ କଣ ବାତିଲ୍ ହେବ ସେ ନେଇ ସମସ୍ତଙ୍କୁ ସୂଚନା ଦେଇଥିଲେ ତହସିଲଦାର। କରୋନାକୁ ବାଦ୍ ଦେବା ପାଇଁ ଜନସାଧାରଣଙ୍କ ଭୂମିକା ସବୁଠାରୁ ଆଗରେ ଏବଂ ଲୋକେ ଚାହିଁଲେ ହିଁ ସବୁ ସମ୍ଭବ ବୋଲି କହିଛନ୍ତି ତହସିଲଦାର। ସଟଡାଉନ୍ ବେଳେ ଲାଗୁ ହେବାକୁ ଥିବା ନିୟମାବଳୀକୁ ଉଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ୍ୟ ସୂଚନା ଦେଇଛନ୍ତି ।

related posts

Leave a Comment