Home Breaking News / ତାଜା ଖବର ଗୁଗୁଲ ମିଟିଙ୍ଗ ମାଧ୍ୟମରେ ଭାରତୀୟ ରେଡକ୍ରସ ସୋସାଇଟିର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ: “ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱ ଦେଲେ ଜିଲ୍ଲାପାଳ”

ଗୁଗୁଲ ମିଟିଙ୍ଗ ମାଧ୍ୟମରେ ଭାରତୀୟ ରେଡକ୍ରସ ସୋସାଇଟିର ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ: “ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱ ଦେଲେ ଜିଲ୍ଲାପାଳ”

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ: (ଧନେଶ୍ୱର ରାଉତ )-ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଗୁଗୁଲ ମିଟିଙ୍ଗ ମାଧ୍ୟମରେ ଭାରତୀୟ ରେଡ଼କ୍ରସ ସସାଇଟି, ରାୟଗଡ଼ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l
ଏହି ବୈଠକରେ ମୁଖ୍ୟତଃ ରାୟଗଡ ଶାଖାର 2019-20& 2020-21 ଆର୍ଥିକ ବର୍ଷର କାର୍ଯ୍ୟକ୍ରମ ଏବଂ ଏହି ବର୍ଷର ବ୍ୟୟ ଅଟକଳ ଅନୁମୋଦନ, 2018-19,2019-20,2020-21 ଆର୍ଥିକ ବର୍ଷର ବ୍ୟୟ ଅଟକଳ ସମୀକ୍ଷା କରିବା ପାଇଁ ଜଣେ ଅଡିଟର ନିଯୁକ୍ତ କରିବା, ବିଭିନ୍ନ ବିଭାଗର ପାଣ୍ଠି ଦାନ ଉପରେ ସମୀକ୍ଷା କରିବା ଉପରେ ଆଲୋଚନା କରାଯାଇଥିଲା l ପୂର୍ବ ବର୍ଷ ମାନଙ୍କର ପାଣ୍ଠି ସଂଗ୍ରହ ଉପରେ ଆଲୋଚନା କରି ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ l ଯେହେତୁ ଏହି ପାଣ୍ଠି ଗରିବ ଓ ନିଷ୍ପେସିତ ମାନଙ୍କ ସେବାରେ ତଥା ବିଭିନ୍ନ ବିପର୍ଯ୍ୟ ସମୟରେ ଜନହିତ କାମରେ ଲାଗୁଥିବାରୁ ସମସ୍ତେ ପାଣ୍ଠି ବୃଦ୍ଧି ଉପରେ ଚେଷ୍ଟା କରିବାକୁ ଗୁରୁତ୍ୱ ଆରୋପ କରିଥିଲେ l ଜିଲ୍ଲାପାଳ ପ୍ରତ୍ୟକ ତିନି ମାସରେ ଥରେ ସମୀକ୍ଷ୍ୟl କରିବେ ବୋଳି ଏହି ବୈଠକରେ କହିଥିଲେ l ସମସ୍ତ ଆଧିକାରୀ ମାନଙ୍କୁ ଠାରୁ ପାଣ୍ଠି ସଦୟ କରିବାକୁ କହିଥିଲେ l ରାୟଗଡ଼ ରେଡ଼କ୍ରସ ଶାଖାର ସମ୍ପାଦକ ଖର୍ଚ୍ଚ ବିବରଣୀ ଉପସ୍ଥାନ କରିଥିଲେ l
ଏହି ବୈଠକରେ ଜିଲlସ୍ଥରୀୟ ଅଧିକାରୀ, ସମସ୍ତ ବିଡ଼ିଓ, ରେଡ଼କ୍ରସ ସଂସାଇଟିର ସଦସ୍ୟ ମାନେ ଯୋଗଦେଇ ଆଲୋଚନା କରିଥିଲେ ଲା

related posts

Leave a Comment