Home Breaking News / ତାଜା ଖବର ତେଲେଙ୍ଗାନାରେ ଟ୍ରକ ଓଲଟି ଓଡିଆ ଶ୍ରମିକ ମୃତ: ଗ୍ରାମରେ ୩ ଶବ ପହଞ୍ଚିଲା

ତେଲେଙ୍ଗାନାରେ ଟ୍ରକ ଓଲଟି ଓଡିଆ ଶ୍ରମିକ ମୃତ: ଗ୍ରାମରେ ୩ ଶବ ପହଞ୍ଚିଲା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ତେଲେଙ୍ଗାନା ରେ ଟ୍ରକ ଓଲଟି ରବିବାର ଓଡିଆ ଶ୍ରମିକ ମୃତ୍ୟୁ ବରଣ କରିଥିଲେ | ମଙ୍ଗଳବାର ଅପରାହ୍ନରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ୍ ଅଧୀନ ଚିକିଲି ଗ୍ରାମର ୩ ଜଣ ଶ୍ରମିକଙ୍କ ଶବ ଆସି ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି | ସୂଚନାଯୋଗ୍ୟ:- ଚିକିଲି ଗ୍ରାମର କେତେଜଣ ଶ୍ରମିକ କିଛି ଦିନ ପୂର୍ବେ ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ସହରର ସାନ୍ତାନପାଲି ଅଞ୍ଚଳରେ ଇଟା ଭାଟିରେ କାମ କରୁଥିଲେ | କାମ ସାରିବା ପରେ ସ୍ଥାନୀୟ ସାପ୍ତାହିକ ହାଟକୁ କେତେଜଣ ଶ୍ରମିକ ଙ୍କ ସହ ଯାଇ ରାଶନ ସାମଗ୍ରୀ ଓ ପରିବାପତ୍ର ଆଣିବା ପରେ ରହୁଥିବା ସ୍ଥାନକୁ ଏକ ଟ୍ରକ ଯୋଗେ ଫେରୁଥିଲେ | ବାଟରେ ଆସୁଥିବା ବେଳେ ଟ୍ରକ ସହ କାର ଧକ୍କା ହେବା ଯୋଗୁଁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା | ଟ୍ରକରେ ବସିଥିବା ଡାବୁଗାଁ ବ୍ଲକ୍ ଅଧୀନ ଚିକିଲି ଗ୍ରାମର ଅସ୍ତୁ ଭତ୍ରା (୬୨), ପରମାନନ୍ଦ ଗୌଡ (୬୦) ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା | ଘଟଣା ସ୍ଥଳରୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଚିକତ୍ସାଧୀନ ଅବସ୍ଥାରେ ବୁଦନ ଗୌଡ (୩୫) ଙ୍କର ମୃତ୍ୟୁ ଘଟିଥିଲା | ଖବର ପାଇବା ପରେ ନବରଙ୍ଗପୁର ଜିଲା ପ୍ରଶାସନ ସହଯୋଗରେ ୩ ଟି ମୃତଦେହ ସେଠାରୁ ଅଣାଯାଇ ମଙ୍ଗଳବାର ଅପରାହ୍ନରେ ଚିକିଲି ଗ୍ରାମରେ ପହଞ୍ଚିଥିଲା | ପରେ ଉକ୍ତ ୩ ଟି ଶବକୁ ଗ୍ରାମବାସୀଙ୍କ ଦ୍ଵାରା ଗାଁ ମଶାଣିରେ ସତ୍କାର କାରଯାଇଥିଲା | କାର୍ଯ୍ୟ କରୁଥିବା ଇଟା ଭାଟି ମାଲିକ ତରଫରୁ ପ୍ରତି ମୃତକଙ୍କ ପରିବାରକୁ ୫୦ ହଜାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତେଲେଙ୍ଗାନା ସରକାରଙ୍କ ତରଫରୁ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଥିବା ସୂଚନା ମିଳିଛି | ଆଜି ଡାବୁଗାଁ ବ୍ଲକ ପ୍ରଶାସନ ତରଫରୁ ବିଡିଓ ରଞ୍ଜିତାମେରୀ ନାୟକ ଗ୍ରାମରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ୩ ଟି ପରିବାରକୁ ୨ ହଜାର ଲେଖାଏଁ ମୋଟ ୬ ହଜାର ଟଙ୍କା ପ୍ରଦାନ କରିଥିଲେ | ଏହି ଘଟଣାରେ ଜିଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗାଈପାଇ ଗ୍ରାମରେ ପହଞ୍ଚି ତଦନ୍ତ କରିଛନ୍ତି | ଉକ୍ତ ଶ୍ରମିକ ମାନେ କେଉଁ ସ୍ଥାନରେ କାମ କରୁଥଲେ, ସେମାନଙ୍କର ଲେବର କାର୍ଡ ଅଛିକି ନାହିଁ , ତାଙ୍କ ପରିବାରର ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି |

related posts

Leave a Comment