Home Breaking News ଗତ ୨୪ ଘଣ୍ଟାରେ ଦେଶରେ ୨,୫୯,୧୭୦ ନୂଆ ପଜିଟିଭ୍ ଚିହ୍ନଟ, ୧୭୬୧ ମୃତ

ଗତ ୨୪ ଘଣ୍ଟାରେ ଦେଶରେ ୨,୫୯,୧୭୦ ନୂଆ ପଜିଟିଭ୍ ଚିହ୍ନଟ, ୧୭୬୧ ମୃତ

by Times One Odia
Share with
     
 
 
   

ଦେଶରେ କରୋନା ମହାମାରୀ ଦିନକୁ ଦିନ ତା’ର କାୟା ବିସ୍ତାର କରି କରି ଚାଲିଛି। ଆଜି ଦୈନିକ ସଂକ୍ରମଣ ୨,୫୯,୧୭୦ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୦ ଲକ୍ଷ ୬୧ ହଜାର ୯୧୯ରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୫୯,୧୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ନୂତନ ମୃତକଙ୍କୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆରୋଗ୍ୟ ଲାଭ କରିଛନ୍ତି ୧ ଲକ୍ଷ ୫୪ ହଜାର ୭୬୧ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୨୦ ଲକ୍ଷ ୩୧ ହଜାର ୯୭୭ ଜଣ। ଏବେ ସୁଦ୍ଧା ସମଗ୍ର ଦେଶରେ ଟିକା ନେଇ ସାରିଲେଣି ୧୨ କୋଟି ୭୧ ଲକ୍ଷ ୨୯ ହଜାର ୧୧୩ ଜଣ।

related posts

Leave a Comment