Home Breaking News / ତାଜା ଖବର ମାସ୍କ ଓ ସାମାଜିକ ଦୂରତାକୁ ନେଇ ଯାତ୍ରୀବାହୀ ବସ ଯାଞ୍ଚ କଲେ ଏସଡିପିଓ

ମାସ୍କ ଓ ସାମାଜିକ ଦୂରତାକୁ ନେଇ ଯାତ୍ରୀବାହୀ ବସ ଯାଞ୍ଚ କଲେ ଏସଡିପିଓ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲ ବାଣୀ(ସୁନୀଲ ପଟନାୟକ): ମହାମାରୀ କରୋନା ର ଦ୍ଵିତୀୟ ଲହରରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଶ,ରାଜ୍ୟ ତଥା ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବା ଫଳରେ ତାକୁ ପ୍ରତିହତ କରିବାପାଇଁ ସରକାର ନାଇଟ କର୍ଫ୍ୟୁ ଲାଗୁ କରିବା ସହ ସପ୍ତାହନ୍ତ ସଟ୍ ଡାଉନ ଘୋଷଣା କରିଛନ୍ତି। ସେହିପରି ମାସ୍କ ପିନ୍ଧିବା ଓ ବଜାରରେ ସାମାଜିକ ଦୁରତା ରକ୍ଷାକରିବା, ସାନିଟାଇଜର ବ୍ୟବହାର ଆଦି ଉପରେ ସରକାର ଗୁରୁତ୍ଵ ଦେଇ ପ୍ରଶାସନ ଓ ପୋଲିସକୁ ଖିଲାପକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରିବସ 6ରସିଟ ଅନୁଯାୟୀ ଯାତ୍ରୀ ବସିବାଓ ଅଟୋ / ଟାକ୍ସି ରେ ଡ୍ରାଇଭର ମିଶାଇ ୩ ଜଣ ଯାତ୍ରା ନେବା ଲାଗି ରହିଥିବା ନିର୍ଦ୍ଦେଶ ପାଳନ ହେଉଛି ନା ନାହିଁ ସେଥିପାଇ ଫୁଲବାଣୀ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ମଙ୍ଗଳବାର ଅଚାନକ ବସଷ୍ଟାଣ୍ଡ ଯାଇ ଗାଡି ଗୁଡ଼ିକ ଯାଞ୍ଚ କରିବା ସହ ମାସ୍କ ପିନ୍ଧିବା ଓ ସାନିଟାଇଜ କରିବା ଉପରେ ଦୃଷ୍ଟିଦେବାକୁ ନିର୍ଦ୍ଦେଶ ଦେଇ ଥିଲେ।
ସେହିପରି ସହରରବିଭିନ୍ନ ଛକ ଓ ଜନଗହଳି ସ୍ଥାନମାନଙ୍କରେ ଏ ସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଉପସ୍ଥିତ ରହି ମାସ୍କ, ହେଲମେଟ ଆଦି ପାଞ୍ଚ କରିବା ସହ ଜରି ମାନା ଆଦାୟ କରିବା ସହ ସଚେତନ ମଧ୍ୟ କରୁଛନ୍ତି । ଫଳରେ ଲୋକେ କରୋନା ଗାଇଡଲାଇନ ମାନି ମାସ୍କ ପିନ୍ଧୁଥିବା ଓ ବ ଜ।ରରେ ସାମାଜିକ ଦୂରତା ସଠିକ ଭାବରେ ରଖିବା ଆରମ୍ଭ କରିଥିବା ଦେଖିବାକୁ ମିଳୁଛି ।

related posts

Leave a Comment