ରାୟଗଡା(ଧନେଶ୍ୱର ରାଉତ):ରାୟଗଡ ଜିଲ୍ଲା କଂଗେସ ନଗର ସଭାପତି ଏଲ ଚେଲା ରାଓ ଙ୍କ ଅକାଳ ବିୟୋଗ ଘଟିଛି l ସେ ଜଣେ ବହୁତ ପୁରୁଣା କଂଗ୍ରେସ ନେତା ଥିଲେ କାହାର ଦୁଃଖ ଓ ସମସ୍ୟା ହେଲେ ଦଳ ନିର୍ବିଶେଷରେ ସ୍ଵେଛା କୃତ ଭାବେ ସେବା କରୁଥିଲେ l କିଛି ମାସ ପୂର୍ବେ ତାଙ୍କର ହୃଦୟ ର ସମସ୍ୟା ଦେଖା ଦେବାରୁ ହୃଦୟର ଅସ୍ତ୍ର ଉପଚାର କରାଯାଇ ଥିଲା l ଗତ କିଛି ଦିନ ତଳେ ଟଙ୍କା ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବା ପରେ ସେ ନଗର ସଭାପତି ଛାଡିବା ପାଇଁ ନିଷ୍ପତି ନେଇ ଜିଲ୍ଲା ସଭାପତି ଙ୍କୁ ଜଣାଇ ଥିଲେ କିନ୍ତୁ ତାହା ସ୍ଥଗିତ ଥିଲା l ତାଙ୍କ ରାଜନୈତିକ ଯାତ୍ରାରେ ଅନେକ ବଡ଼ ବଡ଼ ସମସ୍ୟାର ସମାଧାନ କରି ଲୋକଙ୍କ ମଙ୍ଗଳ କରିଛନ୍ତି l ତାଙ୍କ ମୃତ୍ୟୁ ବେଳକୁ 64 ବର୍ଷ ହେଇଥିଲା ତାଙ୍କର ପତ୍ନୀ ଓ ଦୁଇ ପୁତ୍ର ଓ ଏକ କନ୍ୟା ସନ୍ତାନ ଙ୍କ ଉପସ୍ତିତିରେ ନିଜ ଧୋବା ସହି ସ୍ଥିତ ବାସ ଭବନରେ ଗତ କାଲି ଅର୍ଥାତ 19/04 ସନ୍ଧ୍ୟା ସମୟ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ସେ ଜଣେ ସମାଜ ସେବୀ, ଦକ୍ଷ ରାଜନୀତିଜ୍ଞ, ଲଡ଼ୁଆ, ମିଷ୍ଟ ଭାଷୀ ନ୍ୟାୟ କାରି ବ୍ୟକ୍ତି ଥିଲେ l ଶୋକାକୁଳ ପରିବେଶ ରେ ଆତ୍ମୀୟ ସ୍ୱଜନ ବନ୍ଧୁ ବର୍ଗଙ୍କୁ ଉପସ୍ତିତିରେ ଝଞ୍ଜାବତୀ ନଦୀ କୁଳ ସ୍ଥିତ ସ୍ମଶାନ ରେ ଅନ୍ତେଷ୍ଟି କ୍ରିୟା ସମ୍ପନ ହୋଇଥିଲା l ତାଙ୍କ ଶେଷ ଦର୍ଶନ ପାଇଁ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ତଥା ଭାରତୀୟ ଜନତା ପାର୍ଟି ବିଧାୟକ ପାର୍ଥୀ ବସନ୍ତ ଉଲାକା, ଆଦିବାସୀ ମହାସଂଘ ସଭାପତି ଆପାଳସ୍ବାମୀ କାଡ୍ରାକା ଓ ବରିଷ୍ଟ ବ୍ୟକ୍ତି ଆସି ଶେଷ ଦର୍ଶନ କରିଥିଲେ l ତାଙ୍କ ଅନୁପସ୍ଥିତ ଆଉ କେହି ପୂରଣ କରିପାରିବେନି ବୋଲି କଂଗେସ ସଭାପତି ଦୁର୍ଗା ପ୍ରସାଦ ପାଣିଗ୍ରାହୀ କହିବା ସହ ଶୋକ ପ୍ରକଟ କରିଛନ୍ତି l ଭାରତୀୟ ଜନତା ପାର୍ଟି ର ଜିଲ୍ଲା ଓ ନଗର ସଭାପତି ଶିବ ପଟନାୟକ ଶ୍ୟାମ ଦାସ, ସମ୍ପାଦକ କିଶୋର ପଣ୍ଡା, ବରିଷ୍ଟ ବିଜେପି ନେତା ତପନ ତପାଦର ରଜତ ମାଦଳା ପ୍ରମୁଖ ଶୋକ ପ୍ରକଟ କରିବା ସହ ତାଙ୍କ ପରିବାରକୁ ଅସୀମ ଧୌର୍ୟ ଓ ସାହସ ପାଇଁ ଭଗବାନ ନିକଟରେ ପ୍ରାଥନା କରିଛନ୍ତି ଲ
ରାୟଗଡ ନଗର କଂଗ୍ରେସ ସଭାପତିଙ୍କ ବିୟୋଗ ଶୋକାକୁଳ ପରିବେଶରେ ଅନ୍ତେଷ୍ଟି
Share with