କରୋନା ଟିକାକୁ ନେଇ ଆଉ ଏକ ବଡଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା କମ୍ପାନୀମାନଙ୍କ ସହ ବୈଠକ ପରେ ମେ ପହିଲାରୁ ସମସ୍ତ ପ୍ରାପ୍ତ ବୟସ୍କ ଟିକା ନେଇପାରିବେ ବୋଲି ନିଷ୍ପତ୍ତି ହୋଇଛି । ଅର୍ଥାତ୍ ଏବେ ୧୮ ବର୍ଷୀୟ ଟୀକା ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ଟିକାକରଣ ନେଇ ତିନୋଟି ପ୍ରକ୍ରିୟାରେ ରଣନୀତି ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଟିକା ଉତ୍ପାଦନକାରୀ ପ୍ରତି ମାସରେ ଉତ୍ପାଦିତ ଟିକାର ୫୦ ପ୍ରତିଶତ ସେଣ୍ଟ୍ରାଲ୍ ଡ୍ରଗ୍ ଲାବୋରେଟୋରୀକୁ ଦେବେ। ଏହାପରେ ବାକି ଟିକା ରାଜ୍ୟ ସରକାର ଏବଂ ଖୋଲା ବଜାରରକୁ ଯୋଗାଇ ପାରିବେ ।
ବିଭିନ୍ନ ଘରୋଇ ଏବଂ ସରକାରୀ କୋଭିଡ କେନ୍ଦ୍ରରେ ଟିକାକରଣ ଚାଲିଛି। ଏବେ ଖୋଲା ବଜାରକୁ ଟିକା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବାର ଅର୍ଥ ହେଉଛି ଔଷଧ ଦୋକାନରେ ମଧ୍ୟ କରୋନା ଟିକା ମିଳିବ। କରୋନାର ପ୍ରଭାବକୁ ରୋକିବା ପାଇଁ କେନ୍ଦ୍ର ସରକାର ଜାନୁଆରୀ ଆରମ୍ଭରୁ ଟିକାକରଣ ଆରମ୍ଭ କରିଛନ୍ତି। ପ୍ରଥମେ କୋଭିଡ ଯୋଦ୍ଧାଙ୍କୁ ଟିକା ଦେଇଥିଲେ ସରକାର। ଏହାପରେ ୬୦ରୁ ଅଧିକ ବୟସ ବ୍ୟକ୍ତିଙ୍କୁ ସରକାର ଟିକାକରଣରେ ସାମିଲ କରିଥିଲେ। ପରେ ୪୫ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ୍ କରାଯିବ ।
ମେ ପହିଲାରୁ ୧୮ ବର୍ଷରୁ ଅଧିକଙ୍କୁ ମିଳିବ ଟିକା
Share with
previous post