Home Breaking News ଭାଙ୍ଗ ନିଶାରେ ବୁଡ଼ିଗଲା ଜୀବନ

ଭାଙ୍ଗ ନିଶାରେ ବୁଡ଼ିଗଲା ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଭାଙ୍ଗ ନିଶାରେ ବୁଡ଼ିଗଲା ଜୀବନ । ନିଶା ନେଇ ଚାଲିଗଲା ଆରପରିକୁ । ଆପଣ ଭାବୁଥିବେ ଭାଙ୍ଗ ନିଶାରେ ଏମିତି କଣ ହେଲା ଯେ ଜୀବନ ଚାଲିଗଲା । ପ୍ରକୃତ ଘଟଣା ହେଉଛି ଭୁବନେଶ୍ୱର ବାଂକୁଆଲ କୁଆଖାଇ ନଦୀକୁ ଯାଇଥିଲେ କିଶୋର ଓ ବିଶ୍ୱରଂଜନ ସ୍ୱାଇଁ । ଦୁହେଁ ମିଶି ବ୍ରମେଃଶ୍ୱର ପାଟଣା ନିକଟରେ ଭାଙ୍ଗ ପଣା ପିଇଲେ । ଚିନ୍ତା କରିଲେ ଚାଲ ଯିବା ନଦୀରେ ଗାଧୋଇବାକୁ । ହେଲେ କିଏ ଜାଣିଥିଲା ଯେ ବିଶ୍ୱଙ୍କ ପାଇଁ ଅପେକ୍ଷା କରିଛି ମୃତ୍ୟୁର ଜାଲ । ମୃତ୍ୟୁ ଡାକୁଥିଲା ବିଶ୍ୱକୁ । କିଶୋର ଓ ବିଶ୍ୱ ବାହାରିଲେ ମୃତ୍ୟୁର ରାସ୍ତାକୁ । ଦୁହେଁ ମିଶି କୁଆଖାଇ ନଦୀରେ ଗାଧୋଇଲେ କିନ୍ତୁ କିଶୋର ଭାଗ୍ୟ ବଶତଃ ନଦିବାଲି ଉପରକୁ ଆସିବାରେ ସଫଳ ହୋଇଥିବାବେଳେ ବିଶ୍ୱ କିନ୍ତୁ ନଦୀର ଗର୍ଭରେ ପଶିଗଲେ । କିଶୋର ହଠାତ ବିଶ୍ୱକୁ ଦେଖିବାରୁ ବିଶ୍ୱର ହାତ ଧୀରେ ଧୀରେ ଭିତରକୁ ପଶିଯାଇ ସମ୍ପୃର୍ଣ ଭାବେ ପାଣିରେ ବୁଡିଗଲେ । ବିଶ୍ୱର ବୁଡିବା ଖବର ତୁରନ୍ତ ସ୍ଥାନୀୟ କିଛି ଲୋକଙ୍କୁ ଖବର ଦେଇଥିଲା କିଶୋର । ସ୍ଥାନୀୟ ଲୋକେ ଆସି ଦେଖିବାସମୟରେ ବିଶ୍ୱ କେଉଁଆଡ଼େ ବୁଡିସାରିଥିଲା । ତୁରନ୍ତ ଅଗ୍ନିଶମ ବାହିନୀ ପହଂଚି ବହୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ଦେଖନ୍ତୁ ଏହି ଭିଡ଼ିଓକୁ ଅଗ୍ନିଶମ ବାହିନୀ ବୋଟ ସହାର୍ଯ୍ୟରେ ଖୋଜୁଛନ୍ତି । ଶେଷରେ ଏକ ଘଣ୍ଟା ଲାଗିଗଲା ଉଦ୍ଧାର କାର୍ଯ୍ୟ । ନଦୀର ୩୦ ଫୁଟ ଗଭୀର ହୋଇଥିବା ବାଲି ଖାଲରୁ ମିଳିଥିଲା ବିଶ୍ୱଙ୍କ ମୃତ ଦେହ । ସଂଗେ ସଂଗେ କ୍ୟାପିଟାଲ ହସ୍ପିଟାଲରେ ଅଣାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । କେବଳ ଏହିଭଳି ବିଶ୍ୱ ନୁହେଁ । ପୂର୍ବରୁ ଅନେକ ବିଶ୍ୱ ଭଳି ପିଲା ଏହି ବାଙ୍କୁଆଲ ନଦୀ ଗର୍ଭରେ ବୁଡି ପ୍ରାଣ ହରାଇଲେଣି । ମରଣ ଯନ୍ତା ଏହି ନଦୀର ଗର୍ଭ ଏବେ ଆଁ କରି ଚାହିଁଛି । ସେଥିପାଇଁ କୌଣସି ଲୋକ ଏଠାକୁ ଆସି ସ୍ନାନ କରନ୍ତୁ ନାହିଁ । ନହେଲେ ଆପଣଙ୍କ ବି ଯାଇପାରେ ଜୀବନ ।

related posts

Leave a Comment