Share with
ଭଞ୍ଜନଗର(ସମୀର କୁମାର ମହାପାତ୍ର): ଗଞ୍ଜାମ ଜଗନ୍ନାଥପ୍ରସଦ ଥାନା ଗଣ୍ଡାଧର ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବଜ୍ରାଘାତ ରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି।ମୃତକ ଜଣକ ହେଲେ ଗଣ୍ଡାଧର ଗ୍ରାମର ଭୃଗୁରାମ ପାତ୍ର।ସୂଚନା ମୁତାବକ ଭୃଗୁରାମ ସବୁଦିନ ଭଳି ଆଜି ମଧ୍ୟ ନିଜ ପରିବା ଦୋକାନରେ ବସି ବ୍ୟବସାୟ କରୁଥିବା ସମୟରେ ହଟାତ ମେଘପବନ ଆସିବା ସହ ବଜ୍ରାଘାତ ହୋଇଥିଲା ଘଟଣା ସ୍ଥଳରେ ସେ ଗୁରୁତର ହୋଇ ପଡ଼ିଥିଲେ।ସ୍ଥାନୀୟ ଲୋକେ ଉଦ୍ଧାର କରି ଜଗନ୍ନାଥ ପ୍ରସାଦ ମେଡ଼ିକାଲରେ ନେଇ ଭର୍ତି କରିଥିଲେ।ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।ଖବର ପାଇ ଜଗନ୍ନାଥପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇ ତଦନ୍ତ କରୁଛି।