Home Breaking News ଋଣ ଯୋଗାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଚଳୁ ଆସମୀ ଫେରାର

ଋଣ ଯୋଗାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଚଳୁ ଆସମୀ ଫେରାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ୱର ରାଉତ): ବ୍ୟକ୍ତିଗତ ଓ ଗୋଷ୍ଠିଗତ ଭାବେ ଋଣ ପ୍ରଦାନ କରିବା ନାଁ ରେ ଅଗ୍ରିମ ଜୀବନ ବୀମା ରାଶି ବୋଲି କହି ଲକ୍ଷାଧିକ ଟଙ୍କା ସଂଗ୍ରହ କରି ଋଣ ନ ଯୋଗାଇ ଆସାମୀ ଫେରାର ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି l ଏକ ଲକ୍ଷ୍ୟ ପାଇଁ ପନ୍ଦର ସହ ଲେଖାଏଁ ଯେତେ ଲକ୍ଷକୁ ସେତେ ଟଙ୍କା ସଂଗ୍ରହ କରି ଲୋକଙ୍କୁ ଭୁଆଁ ବୁଲାଉ ଥିବା ଅଭିଯୋଗ ହେଇଛି l ଏହିଭଳି ବଡ଼ ଠକାମିର ଶିକାର ହେଇଛନ୍ତି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋଡିବାଲି, ମାଣ୍ଡିବିଶ, ସିରିପାଇ, ଓ କଲ୍ୟାଣସିଙ୍ଘପୁର ଅଂଚଳର ଶିକାରପାଈ, ବୁଡ଼ାଗୁଡ଼ା ପଂଚାୟତର ଲୋକେ l ସେ ଆସାମୀ ଙ୍କ ନାଁ ହେଉଛି ରବି କୌଶଲ୍ୟା ଗ୍ରାମ ଅଡାବାଦୀ ଅଟେ ସେ ଗୋଡିବାଲି ଗ୍ରାମର ହରିଜନ ସାହିର ଝିଅ ବାହା ହୋଇ ଜ୍ୱାଇଁ ପୁଅ ହେଇ କୁଣିଆ ଆସିଥିଲେ ସେହି ସମୟରେ ଅଞ୍ଚଳର ଆଦିବାସୀ ଓ ହରିଜନ ଲୋକଙ୍କୁ ବ୍ୟକ୍ତିଗତ ଓ ଗ୍ରୁପ ମାଧ୍ୟମରେ ଋଣ ଯୋଗାଇବା ସଂସ୍ଥାରେ କାମ ଚାକିରୀ କରୁଛି ତେଣୁ ଯାହାର ଋଣ ଦରକାର ସେମାନ ଅଗ୍ରିମ ବୀମା ରାଶି ବାନ୍ଧିଲେ ପନ୍ଦର ଦିନ ମଧ୍ୟରେ ଟଙ୍କା ଋଣ ଆକାରରେ ତମ ପାସ ବହିକୁ ଆସିବ କହି ସମସ୍ତେ ଡକୁମେଣ୍ଟ ଓ ଲକ୍ଷ୍ୟଧିକ ଟଙ୍କା ହଡପ କରି ଫେରାର ଅଛି l କିଛି ଦିନ ତଳେ ଶ୍ୱଶୁର ଘରକୁ ଆସିଥିବାବେଳେ ଗୋଡିବାଲି ର ସାମନ୍ତ ମାଝୀ, ହରିଶ୍ଚନ୍ଦ୍ର ମାଝୀ, ଯୁଗୁ ମାଝୀ, ମୁନି ନାୟକ, କାନୂ ନାୟକ ଧରି ଅଟକାଇ ପଚାରି ଥିଲେ ସେହି ସମୟରେ ରବି ଏକ ଧଳା କାଗଜରେ ନିଜ ସ୍ଵାକ୍ଷରିତ ଏଗ୍ରିମେଣ୍ଟ କରି ସବୁ ତକ ଟଙ୍କା 61500 ତାରିଖ 26/03 ସୁଦ୍ଧା ଫେରାଇ ଦେବୀ ନଚେତ ସରକାରଙ୍କ ଆଇନ ଅନୁସାରେ ଦଣ୍ଡିତ ହେବି ବୋଲି ନିଜ ହାତ କାଟି ଲେଖି ଦେଇ ସେଠାରୁ ଖସି ପଳାଇଥିଲେ l ସେବେ ଠାରୁ ଦେଖା ନାହିଁ ବୋଲି ପଇସା ଦେଇଥିବା କୁସନ ନାଇକ ଶଶୀ ନାଇକ ସୁବା ମାଝୀ, ମୁଗରୀ ମାଝୀ, ସୁବା ମାଝୀ, ମୋହନ ଗୌଡ଼ ଓ ଏଭଳି 50ରୂ ଉର୍ଦ୍ଧ ଲୋକ କହିଛନ୍ତି l ଏ ନେଇ ରବି କୌଶଲ୍ୟା ଙ୍କ ଘର ଅଡ଼ବାଦୀ ଯାଇ ତାଙ୍କ ବାପାଙ୍କୁ ପଚାରି ବାରୁ ସେ ମୋର ପୁଅ ନାହିଁ ମୋତେ କିଛି ଜଣା ନାହିଁ କହି କଥାକୁ ଟାଳି ଦେଇଥିଲେ l ଅଭିଯାଗ କାରୀଙ୍କ କହିବାନୁସାରେ ଅଭିଯୁକ୍ତ କୁ ଧରି ତା ଠାରୁ ଟଙ୍କା ଆଦାୟ କରି ପ୍ରଶାସନ ଫେରାଇ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ କରିବାକୁ ଗଣ ମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି l ପ୍ରକଶ ଯୋଗ୍ୟ ଏହିକିଯେ ଏଭଳି ଠକ ରାୟଗଡା ଅଞ୍ଚଳରେ ମାତି ଛନ୍ତି ତେଣୁ ଜନ ସାଧାରଣ ସତର୍କ ରହି କାରବାର କରିବାକୁ ସୂଚାଇ ଦିଆଯାଉଛି ଲା

related posts

Leave a Comment