Home Breaking News / ତାଜା ଖବର ୩୯୨ତମ ଦିବସରେ ପହଁଚିଲା: ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

୩୯୨ତମ ଦିବସରେ ପହଁଚିଲା: ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମହାମାରୀ କରୋନାର ମହାପ୍ରକୋପ ସହ ବିପର୍ଯ୍ୟସ୍ତ ସାଧାରଣ ଜନଜୀବନର ଆର୍ଥିକ ମାନ୍ଦାବସ୍ଥାକୁ ଆଖି ଆଗରେ ରଖି ଯାଜପୁର ଜିଲ୍ଲାର ଦଶରଥପୁରବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ପ୍ରକଳ୍ପ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଗତ ୨୦୨୦ମସିହା ମାର୍ଚ୍ଚ୨୨ତାରିଖଠାରୁ ଅଦ୍ୟାବଧି ୩୯୨ଦିନଧରି ନିରବଚ୍ଛିନ୍ନ ଭାବରେ ଦେଶର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶିବିର ମାଧ୍ୟମରେ ମହାମାରୀ କରୋନା ସଚେତନତା ସହ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ରିଲିଫ ବଣ୍ଟନ ଚାଲିଥିବାବେଳେ ସମ୍ପ୍ରତି ଗ୍ରୀଷ୍ମପ୍ରବାହକୁ ଆଖିଆଗରେ ରଖି ଚଳିତ ଓଡ଼ିଆ ନବବର୍ଷଠାରୁ ରାଜ୍ୟ ବିଭିନ୍ନ ଜିଲ୍ଲାଶାଖା ମାନଙ୍କରେ ସଚେତନତା, ରିଲିଫ ବଣ୍ଟନସହ ଜଳ ଓ ଅନ୍ନଛତ୍ର ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି।ରାଜ୍ୟର ବିଭିନ୍ନ ଛକ ବଜାର ମାନଙ୍କରେ ଆଜକୁ ଦୀର୍ଘ ପାଞ୍ଚଦିନଧରି ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଚାଲୁଥିବାବେଳେ ଏହା ଦୀର୍ଘ ତିନିମାସ ଧରି ରାଜ୍ୟରେ ଚାଲୁ ରହିବ ବୋଲି ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କଠାରୁ ସୂଚନା ମିଳିଛି।ଏହାସହ ଲୋକମାନଙ୍କୁ ମାକ୍ସ, ସାବୁନ,ସାନିଟାଇଜର, ବ୍ଲିଚିଂ,ଓ.ଆର.ଏସ.,ଶୁଖିଲା ଓ ରନ୍ଧା ଖାଦ୍ୟ,ବସ୍ତ୍ର, ମଶାରୀ,ଛତ୍ର ବଣ୍ଟନ ଆଦି ନିରବଚ୍ଛିନ୍ନ ଭାବରେ କରୋନାର ବିନାଶ ହେବାଯାଏ ଚାଲୁ ରହିବ ବୋଲି ଅଧ୍ୟକ୍ଷଙ୍କ ଠାରୁ ସୂଚନା ମିଳିଛି।ଏହିକାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲାରେ କମଲ ଚଣ୍ଡି,ଭଦ୍ରକ ଜିଲ୍ଲାର କାହ୍ନୁ ଚରଣ ସାହୁ,କନ୍ଧମାଳ ଜିଲ୍ଲାରେ ଜଗଦୀଶ ଦାଶ, ମୟୁରଭଞ୍ଜରୁ ପିତାମ୍ବର ପାତ୍ର, ମିଥୁନ ପାତ୍ର,ନବରଙ୍ଗପୁରରୁ ଚନ୍ଦନ ଗୁରୁ,ଯାଜପୁର ରୋଡ଼ରୁ ମିନା ମଲ୍ଲିକ, ସରସ୍ବତୀ ମଲ୍ଲିକଙ୍କ ସମେତ ସମସ୍ତ ଜିଲ୍ଲାର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମ ତୁଲାଉଥିବାବେଳେ,ଭଦ୍ରକ ଜିଲାର ଆନଂଦମାର୍ଗ ଯୋଗ ପ୍ରଚାରସମିତିର କର୍ମକର୍ତ୍ତା ମାନଙ୍କ ସହାୟତାରେ ଯୋଗ ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ ଜାରିରହିଥିବାର ଦେଖିବାକୁ ମିଳିଛି।ଏଥିରେ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସଂଯୋଜକ ମାଷ୍ଟର ମିହିର କୁମାର, କଳାକାର ଶଶିକାନ୍ତ ପଣ୍ଡା,ସାମ୍ବାଦିକ ଜ୍ୟୋତିଶଙ୍କର ରାୟ ପ୍ରମୁଖ ପରିଚାଳନା କରୁଥିବାର ସୂଚନା ମିଳିଛି।

related posts

Leave a Comment