Home Breaking News / ତାଜା ଖବର ଠିକାଦାରଙ୍କ ଚାଲିଛି ମନମୁଖୀ ଶାସନ

ଠିକାଦାରଙ୍କ ଚାଲିଛି ମନମୁଖୀ ଶାସନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା: ରାୟଗଡା ଜିଲ୍ଳା ବିଷମକଟକ ବ୍କକ ଅନ୍ତର୍ଗତ କୂର୍ଲୀ ପଞ୍ଚାୟତ ର ଗାଁ ର ନାମ ବଣ୍ଡଲି |ଏଠି ଠିକାଦାର ମାନେ ମନ ମୂଖି କାମ କରନ୍ତି |ରାସ୍ତା କାମ ହେଉ କିବା ପାଣି ପଇପ ଲାଇନ୍ କାମ ହେଉ ଯେ କୈଣସି କାମ ବି ହେଉ ଠିକାଦାର ଭଲ କରି କରିବା ନା ଗନ୍ଦ ନାହି | ଗ୍ରାମ ର ଅଧିବାସି ମାନେ ଝରଣା ପାଣିକୁ ବ୍ୟବହାର କରି ଚଳି ଆସୁଥିଲେ | ଡଙ୍ଗରିଆ କନ୍ଦ ଉନ୍ନୟନ ସ°ସ୍ଥା DKDA ଓ ଓପିଲିପି ସେହି ଝରଣା ପାଣିକୁ ପଇପ ଯୋଗେ ବଡ ବଡ ପାଣି କୁଣ୍ଡି ମାନେ ତିଆରି କରିସେଠାରେ ପାଣି ଷ୍ଟକ ରଖି ପଇପ ଦ୍ବାରା ବଣ୍ଡଲି ଗ୍ରାମ ର ଚତୁପାର୍ଶ୍ବରେ ଟେନ୍ ପୋଷ୍ଟ ମାନେ ନୀର୍ମାଣ କରି ବଣ୍ଡଲି ଗ୍ରାମ ବାସି କୁ ବ୍ୟବହାର ପାଇଁ ପାଣି ଯୋଗାଇଲା |କିନ୍ତୁ ଗୋଟେ ବର୍ଷ ବିତିଗଲା ପରେ ସରକାର ବସୁଧା ଯୋଜନାରୁ ୧୫୦୦୦୦୦ ଟଙ୍କା ପାଣି ପଇପ କାମ ବଣ୍ଡଲି କୁ ଆସିଲା |ତାହା ବି NBCC ମା ଭଗବତି କନଷ୍ଟ୍ରକସନ କାମ ଆରମ୍ବ କଲା |DKDA ଲଗେଇଥିବା ପଇପ କାଢିଦେଇ ଭଗବତି କନ୍ ଷ୍ଟ୍ରକ ସନ ନୀଜ ପଇପ ଲଗେଇଲା |ଏବ° ଭଗବତି କନଷ୍ଟ୍ରକସନ ଗୋଟିଏ ଵି ପାଣି କୂଣ୍ଡି କି ଟେନପୋଷ୍ଟ ନିର୍ମାଣ କରିନାହି DKDA ନିର୍ମାଣ କରିଥିବା ପାଣିକୂଣ୍ଡି ଓ ଟେନପୋଷ୍ଟ ରେ ପଇପ ଲଗେଇ ପାଣି ଦେଇଛନ୍ତି | ବର୍ତମାନ ଭଗବତି କନଷ୍ଟ୍ରକସନ ନିଜେ ଯେଉଁ ଛୋଟ ଟେନପୋଷ୍ଟ ତିଆରି କରୁିଛନ୍ତି ତାହା ଅଳ୍ପ ଦୀନ ପରେ ଭାଙ୍ଗିଯିବ ବୋଲି ଗ୍ରାମବାସି ମତ ଦେଇଛନ୍ତି |ଏତେ ନିମ୍ନମାନର କାମ ହେଇଛି କିନ୍ତୁ Rwss ର ଯନ୍ତ୍ରୀ କି ବ୍କକ ର କନିଷ୍ଟ JE କାହାର ବି ଦେଖାନାହି ତେଣୁ ଠିକାଦାର ଲଖ୍ୟ ଲଖ୍ୟ ଟଙ୍କା ବିଲ କରି ମାଲେମାଲ ହେଉଛନ୍ତି |ଅନୁମାନିକ JE ଓ ଠିକାଦାର କ°ମିଳିତ ସୂଳାସୂତା କାମ ହଉଥିବ ବୋଲି ଗ୍ରାମ ବାସି ସ°ନ୍ଦେହ କରୁଛନ୍ତି

related posts

Leave a Comment