Home Breaking News / ତାଜା ଖବର ଶନିବାର ଓ ରବିବାର ରାଜ୍ୟରେ ସଟଡାଉନ୍

ଶନିବାର ଓ ରବିବାର ରାଜ୍ୟରେ ସଟଡାଉନ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଏଣିକି ସାରା ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହେବ । ଆସନ୍ତା ୨୪ରୁ ରାଜ୍ୟର ସମସ୍ତ ସହାରାଞ୍ଚଳରେ ୱିକେଣ୍ଡ ସଟଡାଉନ୍ ଲାଗୁ ହେବ । ଶୁକ୍ରବାର ରାତିରୁ ନାଇଟ୍ କର୍ଫ୍ୟୁ ସହ ସଟଡାଉନ୍ ସୋମବାର ସକାଳ ଯାଏ ବଳବତ୍ତର ରହିବ ବୋଲି ଏସଆରସି ଘୋଷଣା କରିଛନ୍ତି । ଦେଶ ଓ ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିଥିବା ବେଳେ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ୯ ହଜାରରୁ ଅଧିକ କୋଭିଡ୍ ବେଡ୍ ରହିଛି । ବିଭିନ୍ନ ରାଜ୍ୟରେ କୋଭିଡର ଦ୍ୱିତୀୟ ପ୍ରବାହରେ ପାଖାପାଖି ୩୦ରୁ ୪୦ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି । ଗତବର୍ଷ ଭଳି ଏକାଠି ହୋଇ ସରକାରଙ୍କ ନିୟମ ମାନି କରୋନା ସହ ମୁକାବିଲା କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ପ୍ରଦୀପ କୁମାର ଜେନା ଆହ୍ୱାନ ଦେଇଛନ୍ତି ।

ଠିକ୍ ଭାବରେ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ସହ ସାବୁନ୍ କିମ୍ବା ହ୍ୟାଣ୍ଡୱାସରେ ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟ ସରକାର । ଗତବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟରେ ୪ ହଜାର ୩ ଶହ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଚଳିତବର୍ଷ ସଂକ୍ରମଣ ସଂଖ୍ୟା ଗତ ୨୪ ଘଣ୍ଟାରେ ସବୁ ରେକର୍ଡ ପାର୍ କରିଛି । ଏଥିରୁ ଅନୁମାନ କରି ହେଉଛି କୋଭିଡ୍ ଦ୍ୱିତୀୟ ଲହରୀ ବେଶ୍ ଭୟାନକ ।

ଏପ୍ରିଲ୍ ୧୫ରେ ସରକାର ଜାରି କରିଥିବା ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ । ଛତିଶଗଡ଼ ସୀମାବର୍ତ୍ତୀ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ଲାଗୁ ହୋଇଥିଲା । ।

related posts

Leave a Comment