Home Breaking News / ତାଜା ଖବର ମୌଳିକ ସମସ୍ୟାରେ ଜୁଝୁଛନ୍ତି ମାଣ୍ଡିପଦର ଗ୍ରାମବାସୀ

ମୌଳିକ ସମସ୍ୟାରେ ଜୁଝୁଛନ୍ତି ମାଣ୍ଡିପଦର ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ୱର ରାଉତ): ପାନୀୟ ଜଳରୁ ଆରମ୍ଭ କରି ବିଜୁଳି, ବିଦ୍ୟାଳୟ, ପାଇଖାନା, ଜଳ ସେଚନ ଭଳି ମୌଳିକ ସମସ୍ୟା ଜର୍ଜରିତ ଗ୍ରାମ ବାସୀ l ଏଭଳି ସାଧାରଣ ସୁବିଧା ନପାଇ କଷ୍ଟ ଭୋଗୁଛନ୍ତି ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ପଲମା ପଞ୍ଚାୟତ ର ମଣ୍ଡିପଦର ଗ୍ରାମର ନାଗରିକ l ଏହି ଗ୍ରାମରେ 120 ଘର ପରିବାର ଅଛନ୍ତି l ତନ୍ମଧ୍ୟରୁ 50 ଆଦିବାସୀ ହୋଇଥିବା ବେଳେ 70 ପରିବାର ହରିଜନ ଅଟନ୍ତି ଜନ ସଂଖ୍ୟା ପ୍ରାୟ 600 ରୂ ଉର୍ଦ୍ଧ ଅଟେ l ମୁଖ୍ୟ ଜୀବିକା ମଜୁରୀ, ଚାଷୀ ମଜୁରୀ, ଅଣ ଜଳ ସେଚିତ ଚାଷ, ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି ନଚେତ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବା ଅଟେ l ଗ୍ରାମ ବାସୀ ରବି ବିଭୋର ଙ୍କ କହିବାନୁସାରେ 120 ଘର ରହିଥିବା ବେଳେ ମାତ୍ର 45 ଟି ପାଇଖାନା ସ୍ଵଚ୍ଚ ଭାରତ ମିଶନ ଜରିଆରେ ତିଆରି ହେଇଛି କିନ୍ତୁ ଗ୍ରାମର ମୁହଁରେ ବାହ୍ୟ ମଳ ମୁକ୍ତ ଗ୍ରାମର ସୂଚନା ଫଳକ ଲାଗିଛି l ଏହା ଅତ୍ୟନ୍ତ ନିନ୍ଦନୀୟ ଓ ହାସ୍ୟାସ୍ପଦ ଅଟେ ଆମ ପ୍ରଧାନମନ୍ତ୍ରୀ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ସବୁ ଗରିବ ପରିବାର ପାଇଁ 12000 ଲେଖାଏଁ ଟଙ୍କା ମଂଜୁର କରିଥିବା ବେଳେ ଏହା କାର୍ଯ୍ୟକାରୀ ର ସଫଳ ମିଳି ପାରିନି ଏ ଯାଏ ସତୁରି ପରିବାର ବଞ୍ଚିତ ଅଛନ୍ତି l ଯାହା ତିଆରି ହେଇଛି ତାହା ମଧ୍ୟ ନିମ୍ନମାନର କାମ ହେଇଛି ତାହା ଅନୁପଯୋଗୀ ହୋଇ ପଡିଛି lସେହି ଭଳି ବିଦ୍ୟାଳୟ କହିଲେ ତାହା ଏକ ଅପରିଷ୍କାର ଆବର୍ଜନା କୁଣ୍ଡ ପାଲଟିଛି ତା ସାଙ୍ଗକୁ କୋଠରୀ ଭୁଶୁଡି ପଡିବା ସହ ଶ୍ରେଣୀ ଗୃହ ଅଭାବ ପଡୁଛି ତେଣୁ ଶିକ୍ଷା ଦାନରେ ଅସୁବିଧା ହେଉଥୁବା ଗୋପାଳ ବିଭୋର, ବିନୋଦ ବିଭୋର ପ୍ରମୁଖ କହିଛନ୍ତି l ପାନୀୟ ଜଳ କହିଲେ 3ନଳ କୂପ ରହିଛି ଦୁଇଟିରେ ଦୁଇଟିରେ ସୋଲାର ଲାଗିଛି ଅନ୍ୟଟିରେ ପାଣି ଶୁଖିଯାଇଛି ଆଉ ସୋଲାର ଲାଗିବା ନଳକୂପ ରେ ଦିନ 10 ଟା ସମୟରେ ପାଣି ସରିଯାଉଛି ବୋଲି ପୂର୍ଣ୍ଣ କୌଶଲ୍ୟା, ମହେନ୍ଦ୍ର ହୁଇକା, ଡ୍ରିଞ୍ଜୁ ହୁଇକା ପ୍ରମୁଖ କହିଛନ୍ତି ତେଣୁ ପାନୀୟ ଜଳ ପାଇଁ ଲୋକେ ବହୁତ ହଇରାଣ ହେଉଥୁବା କହିଛନ୍ତି l ଏନେଇ ସରପଞ୍ଚ କାନ୍ଦୁରୁ ବଡ଼କା ଙ୍କୁ ପଚାରିବାରୁ ତାଙ୍କ ସହ ଯୋଗାଯୋଗ ହେଇ ପାରିନଥିଲା l ଅନ୍ୟ ସମସ୍ୟା ମାନଙ୍କରେ ଜଳ ସେଚନ ସମସ୍ୟା ଅଧିକ ଉତ୍କଟ ହେଇଛି ଜମି ଅଛି ପାଣି ପାଇଁ ନାଳ ଅଛି କିନ୍ତୁ ଅଡ଼ିବନ୍ଧ ନ ଥିବାରୁ ଚାଷ ଠିକ ଭାବରେ ହୋଇପାରୁନି ସୁରେଶ ହୁଇକା, ହରିଶ୍ଚନ୍ଦ୍ର ହୁଇକା, ହଳ ହିକକା ପ୍ରମୁଖ କହିଛନ୍ତି l ଏହି ଗ୍ରାମଟି ପଂଚାୟତର 3 ବ୍ଲକରୁ 17 କିମି ଅଟେ, ଏହିଗ୍ରାମକୁ ଯୋଗାଯୋଗର ସମ୍ପୂର୍ଣ ସାଧନ ରହିଥିଲେହେଁ ଏହି ମୌଳିକ ସୁବିଧା ପାଇବାରେ ବଞ୍ଚିତ ହୋଇଛି l ତେଣୁ ଗ୍ରାମ ବାସୀ ଗଣ ମାଧ୍ୟମ ଜରିଆରେ ଅଭିଯୋଗ କରିଛନ୍ତି କି ଆଗାମୀ ଦିନରେ ଏହାର ସମାଧାନ କରି ଲୋକଙ୍କୁ ସୁବିଧା ଯୋଗାଇବାକୁ ଅନୁରୋଧ କରିଛନ୍ତି ଲ

related posts

Leave a Comment