Home Breaking News / ତାଜା ଖବର ଯୁବକଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତଦେହ ରଖି ପରିବାର ଲୋକଙ୍କ ରାସ୍ତା ଅବରୋଧ

ଯୁବକଙ୍କ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତା ଉପରେ ମୃତଦେହ ରଖି ପରିବାର ଲୋକଙ୍କ ରାସ୍ତା ଅବରୋଧ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅସ୍ତରଙ୍ଗ(ପ୍ରସନ ଜେନା): ପେଟ୍ରୋଲ କିଣାକୁ ନେଇ ଦୋକାନୀଙ୍କ ମାକୁ ଯୁବକଙ୍କ ଆକ୍ରମଣ । ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ ପରେ କଟକ ବଡ଼ ମେଡିକାଲ ନିଅ ଯାଇଥିଲା ସେଠାରେ ବୃଦ୍ଧାଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଓ ଅଭିଯୁକ୍ତଙ୍କ ଗିରଫ ଦାବିରେ କାକାଟପୁର ଅସ୍ତରଙ୍ଗ ମୁଖ୍ୟରାସ୍ତା ଉକୁଳେଇ ଛକ ଉପରେ ମୃତ ଦେହ ରଖି ପରିବାର ଲୋକଙ୍କ ରାସ୍ତା ଅବରୋଧ ପରେ ଘଟଣା ସ୍ଥଳରେ ଅସ୍ତରଙ୍ଗ ପୁଲିସର ତଦନ୍ତ ଆରମ୍ଭ ।
ଗତ କାଲି ସନ୍ଧ୍ୟାରେ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଉକୁଳେଇ ଛକ ନିକଟରେ ନିକଟସ୍ଥ ଗଡଜାତ ସାହିର ସୁକାନ୍ତ ସେଠୀଙ୍କର ଥିବା ଏକ ପାନ ଦୋକାନରେ ତାଙ୍କ ପୁଅ ବସିଥିବା ବେଳେ ନିକଟସ୍ଥ ଜୀଉନ୍ତି ଗ୍ରାମର କୁମର କାଣ୍ଡି ପେଟ୍ରୋଲ ମାଗିଥିଲେ । ପେଟ୍ରୋଲ ନଥିବା ସୁକାନ୍ତ ଙ୍କ ପୁଅ କହିବାରୁ କୁମାର ଉତକ୍ଷିପ୍ତ ହୋଇ ଦୋକାନରୁ ଟଙ୍କା ଓ ମୋବାଇଲ ଛଡାଇ ନେଇ ସୁକାନ୍ତଙ୍କ ଘର ସମ୍ମୁଖରେ କୁମର ଗାଳିଗୁଲଜ କରିଥିଲେ । ସୁକାନ୍ତଙ୍କ ମା କଳ୍ପନା ପ୍ରତିବାଦ କରିବାରୁ କୁମର ତାଙ୍କୁ ପେଲିଦେଇଥିଲେ । କଳ୍ପନାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ପ୍ରଥମେ ଚାରିଛକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସେଠାରେ ଆଟି ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ପରେ ସେଠାରେ କଳ୍ପନାଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରେ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ କୁମର ଫେରାର ହୋଇଯାଇଛି ।ପରେ ବୁଝା ସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି |

related posts

Leave a Comment