Home Breaking News ବିନିକା ପୋଲିସ ଓ ଏନଏସି ପକ୍ଷରୁ କଡ଼ାକଡ଼ି ଚାଲିଛି ନାଇଟ କଫ୍ୟୁ

ବିନିକା ପୋଲିସ ଓ ଏନଏସି ପକ୍ଷରୁ କଡ଼ାକଡ଼ି ଚାଲିଛି ନାଇଟ କଫ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର: ବିନିକାରେ ଦେଖିବାକୁ ମିଳିଲା ସରକାରଙ୍କ ଦ୍ୱାରା ଜରି ହୋଇଥିବା ନାଇଟ କରଫୁ ଏବଂ ତାର ପ୍ରଭାବ କରୋନା ମହାମାରୀ ଦେଶ ତଥା ରାଜ୍ୟରେ ତାର ପ୍ରଭାବ ବିସ୍ତାର କରି ଆଗକୁ ମାଡି ଚାଲି ଥିବା ବେଳେ, ଏହି ମହାମାରୀ କୁ ରୋକିବା ପାଇଁ ସରକାର ବିଭିନ୍ନ ଅଂଚଳରେ ସର୍ଟ ଡାଉନ, ଲକ ଡାଉନ ଏବଂ ରାତ୍ରି କାଳୀନ କରଫୁ ଜlରି କରି ଲୋକଙ୍କୁ ସଚେତନ ରହିବାକୁ ମାସ୍କ ପିନ୍ଧିବା ସହ ଘରୁ ନ ବାହାରିବାକୁ ପରାମର୍ଶ ଦେଇ ଛନ୍ତି । କିଛିଦିନ ହେବ ବିନିକାରେ ଚଳିତ ବର୍ଷରେ ପ୍ରଥମ ଥର ପାଇଁ ନାଇଟ କରଫୁ ଜାରି କରା ଯାଇ ଥିବା ବେଳେତାହାକୁ ସଫଳ ରୁପାୟନ ଦେଇ କରୋନାକୁ ହରାଇବାପାଇଁ ବିନିକା ପୁଲିସ ବାହିନି ଓ ବିନିକା ଏନଏସି କର୍ମଚାରି ମାନଙ୍କ ମିଲିତରେ ରାତ୍ରି ୯ପୁର୍ବରୁ ଅଂଚଳର ସମସ୍ତ ଦୋକାନ ବଜାର ବନ୍ଦ ହେବା ସହ ଡ଼ୁଙ୍ଗୁରିପାଲି ବିନିକା-ସୋନପୁର ରାଜରାସ୍ତା ଜନଶୂନ୍ୟ ହେଇଥିବା ଦେଖିବାକୁ ମିଳିଛି । ରାତ୍ରି କାଳୀନ ବସ ସେବାରେ ବସ ରେ ସ୍ୱଳ୍ପ ଯାତ୍ରୀ ଯାତାୟାତ କରୁ ଥିବା ବେଳେ, ଜରୁରୀ କାଳୀନ ଆମ୍ବୁଲାନ୍ସ ରେ ରୋଗୀ ସେବା ଚାଲୁ ଥିବାର ଦେଖିବାକୁ ମିଲିଥିଲାବେଲେ ବିନିକା ଏନଏସି ପକ୍ଷରୁ ରାତ୍ରୀ କାଲିନ ସଫେଇ କର୍ମଚାରୀ ମାନେ ତାଙ୍କ ଦାଇତ୍ବ ନିଭାଉ ଥିବା କେବଳ ମିଳିଛି । ଲୋକମାନେ ନିଜେ ନିଜେ ସଚେତନ ହୋଇ ଦୋକାନ ବଜାର ବନ୍ଦ କରି ସରକାରଙ୍କ ନାଇଟ କଫ୍ୟୁ କୁ ସ୍ବାଗତ କରୁଛନ୍ତି ା
ଅନ୍ୟପକ୍ଷରେ ଆଜି ପୁଣି ବିନିକା ସହରରେ ନାଇଟ କରପ୍ୟୁ କୁ କଡ଼ା କଡ଼ି କରିବା ପାର୍ଇ , ବିନିକା ଏନଏସି କର୍ମଚାରୀ ସନ୍ତୋଷ କୁମାର ବନଛୋର, ବିନିକା ପୁଲିସ, ଗନିଆଁ ଫାଣ୍ଡି ଅଧିକାରୀ ଶ୍ରୀକୃଷ୍ର ସେଟ, ବିନିକା ଟାଉନ ହ୍ବାଲଦାର ବିରଞ୍ଚି ପୁଟା ସମେତ ପୁଲିସ ବାହିନି ବାହରି ବିଭିନ୍ନ ଦୁଇଚକିଆ ଗାଡ଼ି ମଟର ଯାଞ୍ଚ କରିଥିଲେ ା ବିନିକା ସହରାଞ୍ଚଳରେ ରାତ୍ର ୯ ଘଣ୍ଟାରୁକେତେକ ବିନିକା ମହାନଦୀ ଛକ ଓ ଆମ୍ବେଦକର ଛକ ଠାରେ ଅମାନିଆଁ ମନଙ୍କୁ ଅଟକାଇ କଡ଼ା ତାଗିତ କରି୍ଥିବା ଜଣାପଡ଼ିଛି ା

related posts

Leave a Comment