ଦିନକୁ ଦିନ ପାଟଣାଗଡ଼ ସହର ତଥା ଆଖ ପାଖ ଅଞ୍ଚଳରେ କରୋନାର ଦ୍ୱିତୀୟ ଲହର ହୁ ହୁ ହୋଇ ବଢି ଚାଲି ଥିବା ରୁ ଜଣେ ପରେ ଜଣଙ୍କର ମୃତ୍ୟୁ ବଢିଚାଲିଛି । ଆଜି ସକାଳ 5 ଘଣ୍ଟା ସମୟରେ ପାଟଣାଗଡ଼ ର ଜଣେ ଟାଣୁଆ କଂଗ୍ରେସ ନେତା ତଥା ଓଡ଼ିଶା କେନ୍ଦୁପତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ର ସଭାପତି ଓ ରାଜ୍ୟ ଉପସଭାପତି କିଶୋର କୁମାର ପରିଛାଙ୍କ ପରଲୋକ ହୋଇଥିବା ଖବର ଶୁଣି ସମଗ୍ର ପାଟଣାଗଡ଼ ରେ ଶୋକର ଛାୟା ଖେଳିଯାଇଛି। ପରିଛା ଜଣେ ଅତି ଶାନ୍ତି ପ୍ରିୟ ବ୍ୟକ୍ତି ଥିଲେ ସେ ସଦାବେଳେ ହସି ହସି କଥା ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ହେଉଥିଲା ସେ 1998 ମସିହାରେ ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ସ୍ୱାଧୀନ ଭାବେ ଛିଡା ହୋଇ12 ହଜାରରୁ ଅଧିକ ଭୋଟ ପାଇଥିଲେ ପରବର୍ତ୍ତୀ ସମୟରେ 2014 ମସିହାରେ ଜାତୀୟ କଂଗ୍ରେସ ଦଳ ତରଫରୁ ପୁନର୍ବାର ଛିଡା ହୋଇ 30 ହଜାର ଉର୍ଦ୍ଧ୍ବ ଭୋଟ ପାଇଥିଲେ ସେ ସଦାବେଳେ କେନ୍ଦୁପତ୍ର କର୍ମଚାରୀଙ୍କ ସ୍ୱାର୍ଥ ହାସଲ ପାଇଁ ଅନବରତ ଲଢେଇ ଜାରି ରଖି ରାଜ୍ୟ ସରକାରଙ୍କ ନିକଟରେ ବିଭିନ ଦାବୀ ଉପସ୍ଥାପନ କରୁଥିଲେ। ସେ କିଛି ଦିନ ହେବ କରୋନା ରେ ଆକ୍ରାନ୍ତ ହୋଇ ଯାଜପୁର ସ୍ଥିତ ଟାଟା ମେମୋରିଆଲ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ସମୟରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ 65 ବର୍ଷ ହେଉଥିଲା ଏ ଖବର ପାଇ ବଲାଙ୍ଗିର ଲୋକସଭା ସଦସ୍ୟ ଶ୍ରୀମତୀ ସଂଗୀତା ସିଂହଦେଓ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପୂର୍ବତନ ଲୋକସଭା ସଦସ୍ୟ ତଥା ପୂର୍ବତନ ପି ସି ସି ସଭାପତି ଶରତ ପଟ୍ଟନାୟକ ପାଟଣାଗଡ଼ ର କଂଗ୍ରେସ ନେତା ଅନୀଲ ମେହେର ସିଦ୍ଧାର୍ଥ ମିଶ୍ର ଜତି ପ୍ରଧାନ ରମେଶ ପୁରୋହିତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ଵର୍ଗ ଙ୍କୁ ସମବେଦନା ଜଣାଇଛନ୍ତି।
କରୋନାରେ ପାଟଣାଗଡ଼ର ଆଉ ଜଣେ ତୁଙ୍ଗ ନେତା କିଶୋର କୁମାର ପରିଛାଙ୍କ ପରଲୋକ
Share with
previous post