ରାୟଗଡ(ଧନେଶ୍ୱର ରାଉତ)-ଦୀର୍ଘ ଦଶ ବର୍ଷତଳେ ଚାଷୀ ମାନଙ୍କୁ ପାଣି ଯୋଗାଇବା ପାଇଁ ଏକ ଡ୍ୟାମ ନିର୍ମାଣ କରାଯାଇଥିଲା l ଏକ କୋଟି ପଚସ୍ତରି ଲକ୍ଷ୍ୟ ବିନିମୟରେ ନିର୍ମାଣ ହୋଇଥିଲା ଏହି ଡ୍ୟାମ, ଏହାର ନିର୍ମାଣ ସାରିଲେ ହଜାର ଏକରରୁ ଉର୍ଦ୍ଧ ଜମିକୁ ପାଣି ମାଡ଼ିବ ଓ ଚଷୀ କୁଳ ଲାଭବାନ ହେବେ ଅଞ୍ଚଳର ଚାଷୀ ଆଶା ବାନ୍ଧିଥିଲେ କିନ୍ତୁ ତାହା ଫସର ଫାଟିଗଲା l ସରକାରୀ ରାଜ କୋଷ ରୂ ଚାଷୀଙ୍କୁ ପାଇଁ ବିନିଯୋଗ କରାଯାଇଥିବା ରାଶି କାହା ପାଇଁ ବୋଲି ଚାଷୀ ପ୍ରଶାସନ କୁ ପ୍ରଶ୍ନ କରିଛନ୍ତି l ଏହି ଭଳି ପ୍ରତାରଣାର ଶିକାର ହୋଇଛନ୍ତି ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ପୂଝରୀଗୁଡା ପଞ୍ଚାୟତ ର ବୀନିଶିପୂର ଗ୍ରାମର ଚାଷୀ l ଏହି ଡ୍ୟାମ କାର୍ଯ୍ୟ କ୍ଷମ ହେଲେ ବୀନିଶିପୂର, ପାଟବନ୍ଧ, ମନାରୀଗୁଡା, ଦିବାଲାପଦୁ, ଲତାଗୁଡ଼ା, ପଲାଗୁଡ଼ା, ମନାଇଗୁଡ଼ା ଓ ପରଦିଗୁଡା ଅଞ୍ଚଳର ହଜାର ଏକରରୁ ଅଧିକ ଜଳ ସେଚିତ ହେବ ବୋଲି ଏହି ପ୍ରକଳ୍ପ କରାଯାଇଥିଲା l ଏହା ନିର୍ମାଣ ହେବା ଠାରୁ ଆଜି ଯାଏ କେନାଲ କରାଯାଇ ନ ଥିବାରୁ ନାଳର ପାଣି ନାଳ ଯାଉଛି ଚାଷୀ ସରକାରଙ୍କୁ ଜଳ କର ଦେଉଛି l ପାଣି ନ ପାଇଁ ଜମିରେ ଭଲ ଚାଷ ନହେବା ଯୋଗୁଁ ଦାରିଦ୍ର୍ୟ ର ଶିକାର ହେଉଥିବା ଗୋପୀନାଥ ଲୟା, ସିଡିଗା କାଡ୍ରାକା, ମୁତିକା କାଡ୍ରାକା, ଆମିଲି ଯାନୀ ପ୍ରମୁଖ କହିଛନ୍ତି l ସରକାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ନାଁରେ କରିଥିବା ଯୋଜନା ଏଠି ଫେଲ ମାରିଛି ତେଣୁ ଶିଘ୍ର କେନାଲ ପାଇଁ ଅର୍ଥ ମଂଜୁର କରାଯାଇ କେନାଲ ଯୋଗେ ପାଣି ଯୋଗାଇ ଦିଆଯାଉ ନଚେତ ଆଗାମୀ ଦିନରେ ବଡ଼ ଚାଷୀ ଆନ୍ଦୋଳନ କରବା ପାଇଁ ବାଧ୍ୟ ହେବୁ ବୋଲି ସୁରେଶ ବିଡ଼ିକା, ମୋହନ କାଡ୍ରାକା, ଦଶରୀୟ କାଡ୍ରାକା ଗୋପୀନାଥ ଲୟ ପ୍ରମୁଖ ଚେତାବନୀ ଦେଇଛନ୍ତି l ଏନେଇ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ମିନାକ୍ଷୀ ପାଣିଗ୍ରାହୀ ଙ୍କୁ ପଚାରିବାରୁ ସେ କହିଥିଲେ ମୋ ପିରିୟଡ଼ରେ ଏହି କାମ ହେଇନଥିଲା କେତେ ଜମି ଅଛି ସବୁ ପାଇଁ ଜଳ କର ଦେବାକୁ ପଡୁଛି l ଏନେଇ ବ୍ଲକ ଅଧ୍ୟକ୍ଷ ଯୋଗେନ୍ଦ୍ର ୱାଡାକା ଙ୍କୁ ପଚାରି ବାରୁ ଏନେଇ ଯୋଜନା ହେଉଛି ଆଗାମୀ ଦିନରେ କେନାଲ କରାଯିବ ବୋଲି କହିଥିଲେ l ପ୍ରକାଶ ଯୋଗ୍ୟ ଏହିକିଯେ ଏଠି ଚାଷୀଙ୍କ ନାଁରେ ନେତା ଓ ବିଭାଗୀୟ ଅଧିକାରୀ ଫାଇଦା ପାଇବା ସହ ଚାଷୀଙ୍କୁ ପ୍ରତାରଣା କରୁଥିବା ଭଳି ଦେଖାଯାଉଛି ତେଣୁ ଏହି ଅଞ୍ଚଳର ଚାଷୀଙ୍କୁ ପାଣି ଯୋଗାଇ ଦେବାପାଇଁ କେନାଲ କରାଗଲେ ଅନ ଦାତା କୁଳ ଉପକୃତ ହୋଇପାରନ୍ତେ ଲ
କଟିକିନାଳ ଡେମ ଅଛି କିନ୍ତୁ କେନାଲ ନାହିଁ: ଚାଷୀଙ୍କ ଜମି ମରୁଡି
Share with
previous post