Home Breaking News ବିଏମସି ତରଫରୁ ଆରମ୍ଭ ହେଲା ସମ୍ପର୍କ ଅଭିଯାନ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

ବିଏମସି ତରଫରୁ ଆରମ୍ଭ ହେଲା ସମ୍ପର୍କ ଅଭିଯାନ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

by Times One Odia
Share with
     
 
 
   

କରୋନା ର ଦ୍ଵିତୀୟ ଲହରକୁ ପ୍ରତିହତ କରିବା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ପୁଣି ଥରେ ନିଜର କୋଭିଡ଼ ସଚେତକଙ୍କୁ ସକ୍ରିୟ କରିବା ନିମନ୍ତେ ସମ୍ପର୍କ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆଜି ବିଏମସି ଦକ୍ଷିଣ ପୂର୍ବ ମଣ୍ଡଳ ଅନ୍ତର୍ଗତ ୱାର୍ଡ ନଂ ୨୮ ଓ ୨୯ ନିମନ୍ତେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଓ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କୋଭିଡ଼ ନିୟମାବଳୀ ଅନୁଯାୟୀ ୟୁନିଟ ୯ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗନରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ୱାର୍ଡ ନଂ ୨୮ ଓ ୨୯ ସମସ୍ତ କୋଭିଡ଼ ସଚେତକ, ବ୍ୟବସାୟୀ ଓ ହାଟ ସଙ୍ଘର ପ୍ରତିନିଧି, ପୂଜା କମିଟିର କର୍ତ୍ତୃପକ୍ଷ, ମହିଳା ସ୍ୱୟଂ ସହାୟିକା ପ୍ରତିନିଧିଗଣ, ବରିଷ୍ଠ ନାଗରିକ ସଙ୍ଘର ପ୍ରତିନିଧି ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ବିଧାୟକ ଅନନ୍ତ ନାରାୟଣ ଜେନା ନିଜ ବକ୍ତବ୍ୟରେ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ କୋଭିଡ଼ ଯୋଦ୍ଧା ଭାବେ ଆଗକୁ ଆସି ଭୁବନେଶ୍ୱରବାସୀଙ୍କୁ ଏହି ମହାମାରୀ ସମୟରେ ସଚେତନ କରାଇବା ନିମନ୍ତେ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କୋଭିଡ଼ ନିୟମାବଳୀକୁ ଅକ୍ଷରେ ଅକ୍ଷରେ ମାନି ଚାଲିଲେ ନିଶ୍ଚିତ ଭାବରେ ଆମେ ଏହି ଯୁଦ୍ଧରେ ବିଜୟୀ ହେବା ବୋଲି ଶ୍ରୀ ଜେନା ମତପ୍ରକାଶ କରିଥିଲେ । ବିଏମସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଉପସ୍ଥିତ ସମସ୍ତ ସଚେତକଙ୍କୁ ସେମାନେ ବିଗତ ବର୍ଷରେ କୋଭିଡ଼ ମହାମାରୀ ସମୟରେ କରିଥିବା ଉଚ୍ଚକୋଟୀର ସମାଜସେବା ପାଇଁ ଧନ୍ୟବାଦ ଜଣାଇବା ସହ କରୋନାର ଦ୍ବିତୀୟ ଲହର ସମୟରେ ମଧ୍ୟ ସଚେତକଗଣଙ୍କୁ ଅନୁରୂପ ଭାବେ ବିଏମସିର ସାହାଯ୍ୟ ନିମନ୍ତେ ଅନୁରୋଧ କରିଥିଲେ । ୱାର୍ଡ ୨୯ ର ପୂର୍ବତନ କର୍ପୋରେଟର ଶେଖ ନିଜାମୁଦ୍ଦିନ କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିବା ବେଳେ ୱାର୍ଡ ୨୯ ର ପୂର୍ବତନ କର୍ପୋରେଟର ପୁଷ୍ପାଞ୍ଜଳି ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଏମସି ଦକ୍ଷିଣ ପୂର୍ବ ଜୋନ୍ ଡେପୁଟି କମିଶନର ଅଂଶୁମାନ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ଗୋଷ୍ଠୀ ସହାୟିକା ସଂଯୁକ୍ତା ପଣ୍ଡା, ୱାର୍ଡ ସୁପରଭାଇଜର କ୍ଷେତ୍ରମୋହନ ଦାସ, ଗୋଷ୍ଠୀ ସହାୟିକା ପ୍ରଣତି ପ୍ରଧାନ, ୱାର୍ଡ ଅଧିକାରୀ ରୋହିତ ଦାସ, ଶରତ ପଣ୍ଡା ଓ ଶକ୍ତି ପ୍ରସାଦ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଗାମୀ ଦିନରେ ବିଏମସି ର ସମସ୍ତ ୱାର୍ଡରେ ଏହି ଭଳି ସଂପର୍କ ଅଭିଯାନ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି ।

related posts

Leave a Comment