ସିନାପାଲି(ଜଗତ ରାମ ଦଣ୍ଡସେନା): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ରରେ ୧୫/୪/ 2021 ରେ ସିନାପାଲି ବନ ବିଭାଗକୁ ମିଲିଛି ଏକ ବଡ଼ ସଫଳତା। ନୂଆପଡା ଜିଲ୍ଲା ସିନାପାଲି ବନ ବିଭାଗ ବାର୍ହା ଜବତ ସହ ୪ଜଣ ଙ୍କୁ ଗିରଫ୍ କରିଛି। ଗିରଫ୍ ଅଭିଯୁକ୍ତ ମାନେ ହେଲେ ସରଧାପୁର ଗ୍ରାମର ନିରନ ଗହିର ବୟସ (୫୦) ଭାସ୍କରରରୋତି(୩୬) ନିଲାକର ଗହିର (୨୭) ଦୟା ଗହିର (୪୫) ବୋଲି ଜଣାପଡିଛି। ସିନାପାଲିରେଞ୍ଜେ ଆନ୍ତଗତ ପତେଲପଡା ସେକ୍ସନ ର ବନପାଳ ଅଧିକାରୀ ଶ୍ରୀଯୁକ୍ତ – ଖଗେଶ୍ବର ମାଝୀ ଫରେଷ୍ଟ ର ଙ୍କ ନେତୃତ୍ୱ ଅନୁସାରେ ବୁଧବାର ସଂନ୍ଧ୍ଯା ରେ ସିନାପାଲି ବ୍ଲକ ଘଣ୍ଟିଗୁଡା ଗ୍ରାମ ପଞ୍ଚାୟତ ସରଧାପୁର ଗ୍ରାମର ପ୍ରଧାନି ଜଙ୍ଗଲ ପିଆରଏଫ ରେ କିଛି ଲୋକ ବାର୍ହା ଶିକାର କରୁଥିବା ବିଶେଷ ସୁତ୍ର ରୁ ଜଣାପଡିଥିଲା। ପରେ ତୁରନ୍ତ ଶ୍ରୀ ବିମଲ କୁ ଟୁକୁନୁ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ପ୍ରଧାନି ଜଙ୍ଗଲ ଉପରେ ଚଢାଉ କରିଥିଲେ। ଅଭିଯୁକ୍ତ ଶିକାରୀ ମାନେ ବାର୍ହା ଙ୍କୁ ମାରୀ ଏକ ସ୍ଥାନ ରେ ନିଆରେ ପୋଡାପୋଡି କରୁଥିବା ସମୟରେ ଶିକାରୀ ମାନଙ୍କୁ କାବୁ କରିଥିଲେ। ହେଲେ ୪ଜଣ ଅଭିଯୁକ୍ତ ଙ୍କୁ ଗିରଫ୍ କରିବାରେ ସଫଳ ପାଇଥିବା ବେଲେ ଅନ୍ୟ ୬ ଜଣ ଶିକାରୀ ଫେରାର୍ ହୋଇ ଯାଇଥିଲେ। ବାର୍ହା ଙ୍କୁ ଜବତ କଲାପରେ ସିନାପାଲି ପ୍ରାଣୀ ଚିକିତ୍ସାଳୟ ରେ ବ୍ୟବଛେଦ କରାଯାଇଥିଲା। ଏନେଇ ସିନାପାଲି ବନ ବିଭାଗ ରେ କେସ ନମ୍ୱର ୮/୨୧ ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି। ୪ଜଣ ଅଭିଯୁକ୍ତ ଙ୍କୁ କୋଡ ଚାଲଣ କରାଯାଇଛି। ବନ୍ୟଜନ୍ତୁ ସଂରକ୍ଷଣ ଅଧିନୀୟମ ୧୯୭୨ ଦଣ୍ତନୀୟ ଧାରା ୫୧ ଅନୁଯାୟୀ ୩ରୁ୭ ବର୍ଷ ଜେଳ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ବିଧାନ ରହିଥିବା ସିନାପାଲି ବନାଞ୍ଚଳ ଅଧିକାରୀ ବିମଳ ପ୍ରକାଶ ଟୋକନୋ ପ୍ରକାଶ କରିଛନ୍ତି। ଏହି ଚଢାଉରେ ଡିଉଟି ସପଲତା ମିଳିଥିଲା -ଶ୍ରୀ , ଫରେଷ୍ଟର ଖଗେଶ୍ୱର ମାଝି ସମେତ ପୁରୁଷୋତ୍ତମ ନାଗ, କାହ୍ନାରାମ ନାଏକ ଓ ଅନ୍ୟାନ୍ୟ ସାଧାରଣ କର୍ମଚାରୀ ଉପସ୍ଥିତ ଥିଲେ।
ବାର୍ହା ଜବତ ସହିତ ୪ ଜଣ ଶିକାରୀ ଗିରଫ
Share with
previous post