ରାୟଗଡ(ଧନେଶ୍ୱର ରାଉତ )-ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ଶିକାରପାଈ ପଞ୍ଚାୟତ ଲକ୍ଷ୍ମୀନଗର ଗଣେଶ କ୍ଳବ ଆନୁକୂଲ୍ୟରେ ଏକ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ଗତ 09/04 ରୂ ଆରମ୍ଭହୋଇ 25/04 ପର୍ଯ୍ୟନ୍ତ ଚାଲୁରହିବ lଟୁର୍ନାମେଣ୍ଟ ରେ ସମୁଦାୟ 24 ଟି ଦଳ ଭାଗ ନେବାବେଳେ ଏହି ମ୍ୟାଚ ଗୁଡିକ ସକାଳୁ ଆରମ୍ବ ହେବ ଏହା 12 ଓଭର ବିଶିଷ୍ଟ ଅଟେ କିନ୍ତୁ ଫାଇନାଲ ମ୍ୟାଚ ଟି 15 ଓଭର ଖେଳାଯିବ ବୋଲି କ୍ଳବର ସଭାପତି ପ୍ରଦୀପ ନାୟକ କହିଛନ୍ତି l ମୁଖ୍ୟ ଅତିଥି ଭାବେ ଅଞ୍ଚଳର ଅତି ପ୍ରିୟ ଜନ ଜାତି କଲ୍ୟାଣ ମନ୍ତ୍ରୀ ଜଗନାଥ ସରକା ଓ ବିଜେଡି ସଭାପତି ସୁଧୀର ଦାଶ ଶିକାରପାଈ ସମିତି ସଭ୍ୟା ଯୋଗ ଦେଇ ଖେଳର ଶୁଭାରମ୍ଭ କରିଥିଲେ l ଉଦ୍ଘାଟନୀ ମ୍ୟାଚ ରେ ବୁଡ଼ାଗୁଡ଼ା ଟିମ ସହ ଭାତପରସି ବି ସହ ଭେଟିଥିଲା l ଏହି ଟୁର୍ନାମେଣ୍ଟ ରେ ଖେଳିବା ପାଇଁ ଏକ ବାଇ ଲ କରାଯାଇଛି ଏଥିରେ ଖେଳିବା ପାଇଁ ପ୍ରବେଶ ଶୁଳ୍କ 750 ଧାର୍ଯ୍ୟ କରିଥିବା ବେଳେ ବଲ ପାଇଁ 70ଟଙ୍କା ରଖା ଯାଇଛି ବୋଲି କ୍ଳବ ପକ୍ଷରୁ କୁହାଯାଇଛି l ଅମ୍ପାୟାର ଭାବେ ସିନିୟର ଖେଳାଳି ପ୍ରଫୁଲ୍ଲ ସାହୁକାର ଓ ଗୌରୀ ଶଙ୍କର କଣ୍ଡରୁ ନିୟୋଜିତ ହୋଇ ଶାନ୍ତି ଶୃଙ୍ଖଳା ରେ ପରିଚାଳିତ କରିଥିଲେ l ବିନେର ଦଳକୁ 9000 ଓ ଏକ କପ ରନର ଦଳକୁ 6000 ଓ କପ ଏବଂ ପଶ୍ଚ୍ୟଧାଁବନ କରୁଥିବା ତୃତୀୟ ସ୍ଥାନରେ ଥିବା ଦଳକୁ ସନ୍ତାନା ମୂଳକ ଭାବେ 500 ଓ କପ ପ୍ରାଦନ କରାଯିବାର ବ୍ୟବସ୍ତା ରହିଛି l ଆୟୋଜକ ଦଳ ର ଅଧିନାୟକ ତେଲି ତରଙ୍ଗେଲୀଆ ଉପ ଅଧିନାୟକ ଗଙ୍ଗା ତୁଣ୍ଡିଆ,, କୁମୁଦ କଛିଆ, ପିତାମ୍ବର କଲାଦିଆ, କାଦିରାମ ତୁଣ୍ଡିଆ, ଆନନ୍ଦ ବାଗରିଆ, ତୀର କଛିଆ ଓ ଯୁବ ଗୋଷ୍ଟୀ ସହଯୋଗ ରେ ଚାଲିଥିବା କହିଛନ୍ତି l
ଲକ୍ଷ୍ମୀନଗର ଗଣେଶ କ୍ଲବ ଦ୍ୱାରା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ
Share with