ବୁଗୁଡା(ତ୍ରିଲୋଚନ ପଣ୍ଡା): ଅର୍ଥ ଅନର୍ଥ ର ମୂଳ କାରଣ । ଅର୍ଥ ର କାହା ମଧ୍ଯରେ କୌଣସି ସମ୍ପର୍କ ନଥାଏ । ଅର୍ଥ ମାନବତ୍ବ କୁ ନଷ୍ଟ କରି ପଶୁତ୍ବ ରେ ପରିଣତ କରଦିଏ । ଏଭଳି ଏକ ଲୋମଟାଙ୍କୁରା ଦୃଶ୍ୟ ଟିଏ ସ୍ପେଶିଆଲ ମିଡିଆରେ ଘୁରିବୁଲୁଛି ଏ ମୋବାଇଲ୍ ରୁ ସେ ମୋବାଇଲ୍ । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯ ନଗର ଥାନା ଅନ୍ତର୍ଗତ ବାଲିଛାଇ ଫାଣ୍ଡିରେ । ମାତ୍ର ଦୁଇ ହଜାର ଟଙ୍କା ପାଇଁ ଗଲା ଠିକାଦାରଙ୍କ ଜୀବନ । ଭାଟପଡା ଗ୍ରାମର ଟୁକୁନା ଛଟାଇ ନାମକ ଜଣେ ଯୁବକ ଆନ୍ଧ୍ରପ୍ରଦେଶକୁ ଠିକାରେ ବିଭିନ୍ନ ଗ୍ରାମାଞ୍ଚଳରୁ ଯୁବକ ଯୁବତୀମାନଙ୍କୁ ନେଇ କର୍ମରେ ନିଯୁକ୍ତି କରୁଥିବା ବେଳେ ଦୈବାତ୍ ଏ.ବରିଡା ଗ୍ରାମର ରାଧାକୃଷ୍ଣ ସାହୁ ଯୁବକଟିର ଦୁଇ ହଜାର ଟଙ୍କା ବକେୟା ରହିଯାଇଥିବା ବେଳେ ବହୁଥର ବକେୟା ଟଙ୍କାକୁ ମାଗି ବିରକ୍ତିକର ହୋଇଯାଇଥିଲା ରାଧାକୃଷ୍ଣ । ଆଜି ସକାଳୁ ସକାଳୁ ଠିକାଦାର ଟୁକୁନା ଶ୍ରମିକ ଯୋଗାଡ ପାଇଁ ନିଜ ଗ୍ରାମ ନିକଟସ୍ଥ ଗୋବିନ୍ଦ ପୁରକୁ ଯାଇଥିଲେ । ସେଇଠି ପୂର୍ବ ପ୍ରସ୍ତୁତି ଅନୁଯାୟୀ ଛୁରା ଟିଏ ଧରି ଛପିରହିଥିଲା ମୃତ୍ୟୁରାଜ ରାଧାକୃଷ୍ଣ । ଟୁକୁନା ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରି ଫେରୁଥିବା ବେଳେ ଜଗନ୍ନାଥ ମନ୍ଦିର ନିକଟରେ ଟୁକୁନା ର ସାମ୍ନା ହୋଇଗଲା ରାଧାକୃଷ୍ଣ । ଧରିଥିବା ଛୁରୀଟିରେ ଆକ୍ରମଣ କରିଥିଲେ ବାରମ୍ବାର । ଫଳରେ ଘଟଣାସ୍ଥଳରେ ପ୍ରଚୁର ଭାବରେ ରକ୍ତସ୍ରାବ ହୋଇ ମୃତ୍ୟୁ ହୋଇଗଲା । ଘଟଣାସ୍ଥଳରେ ସାହି ବାସିନ୍ଦା ଏବଂ ଯାତାୟାତ କରୁଥିବା ଲୋକମାନେ ନିରବ ଦର୍ଶକ ସାଜିଥିବା ବେଳେ କେବଳ ଜଣେ ମହିଳା ହିଁ ସେ ତାଙ୍କର ମାନବତ୍ବ ମୂଲ୍ୟବୋଧ ବଜାୟ ରଖି ଗୋଟିଏ କାଠ ଫେଡା ଟିଏ ଧରି ଆସି ପ୍ରତିରୋଧ କରିବା ନିମନ୍ତେ ଆସିଥିଲେ ସତ କିନ୍ତୁ ବଞ୍ଚାଇ ପାରିଲେ ନାହିଁ ନିରୀହ ଠିକାଦାରଙ୍କ ଜୀବନ । ଚାହୁଁ ଚାହୁଁ ପ୍ରାଣବାଯୁ ଉଡିଗଲା । ତାପରେ ମୃତକ ଙ୍କ ପିତାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଥାନାଧିକାରୀ ଏବଂ ନିକଟସ୍ଥ ଫାଣ୍ଡି ଅଧିକାରୀ ଆସି ଶବକୁ ଜବତ କରିବା ସହ ଆତତାୟୀ ରାଧାକୃଷ୍ଣକୁ ଗିରଫ କରି ବ୍ୟବହୃତ ହୋଇଥିବା ଛୁରୀଟିକୁ ଜବତ କରିଛି ।
ଦୁଇ ହଜାର ଟଙ୍କା ପାଇଁ ଗଲା ଠିକାଦାରଙ୍କ ଜୀବନ
Share with
previous post