Home Breaking News / ତାଜା ଖବର ଆଇପିଏଲରେ ଆରସିବିର ତୃତୀୟ ବିଜୟ

ଆଇପିଏଲରେ ଆରସିବିର ତୃତୀୟ ବିଜୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଇପିଏଲ ମହାକୁମ୍ଭ ୨୦୨୧ରେ ଦମଦାର ପ୍ରଦର୍ଶନ ଜାରି ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। କୋଲକାତା ନାଇଟ ରାଇଡର୍ସକୁ ୩୮ ରନରେ ମାତ୍‌ ଦେଇ ଲଗାତାର ତୃତୀୟ ବିଜୟ ହାସଲ କରିଛି ଆରସିବି। ମାକ୍ସଓ୍ବେଲ ଓ ଏବିଙ୍କ ଦମଦାର ବ୍ୟାଟିଂ ପରେ ବୋଲରଙ୍କ ଶାଣିତ ବୋଲିଂ ଆଗରେ ହାର ମାନିଛି କେକେଆର। ଯାହାରିଫଳରେ କେକେଆର ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ମୋଟ ୧୬୬ ରନ୍‌ କରିବାରେ ସଫଳ ହୋଇଥିଲା। ଯାହାଫଳରେ ଆରସିବି ୩୮ ରନରେ ବିଜୟ ହାସଲ କରିଛି। କେକେଆର ୨୦୫ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଭଲ ଆରମ୍ଭ କରିଥିଲେ। ଦଳରୁ ଦୁଇ ଓପନର ନିତିଶ ରାଣା ଓ ଶୁବମନ ଗିଲ ଦମଦାର ଆରମ୍ଭ କରିଥିଲେ। ହେଲେ ଦଳୀୟ ସ୍କୋର ୨୩ ହୋଇଥିବା ବେଳେ ଦଳକୁ ଲାଗିିଥିଲା ଜୋରଦାର ଝଟକା। ଗିଲ ୯ ବଲରେ ୨୧ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଏହାପରେ ରାହୁଲ ତ୍ରିପାଠୀ ରାଣାଙ୍କ ସହିତ ମିଶି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥଇଲେ। ହେଲେ ଦଳୀୟ ସ୍କୋର ୫୭ ହୋଇଥିବା ବେଳେ ରାହୁଲ ତ୍ରିପାଠୀ ବ୍ୟକ୍ତିଗତ ୨୫ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଏହାପରେ ନିତିଶ ରାଣା ୧୮, ଇଅନ୍‌ ମୋର୍ଗାନ ୨୯, ଦିନେଶ କାର୍ତ୍ତିକ ୨, ଶାକିବ ଅଲ୍‌ ହାସନ୍‌ ୨୬, ଆଣ୍ଡ୍ରେ ରସେଲ ୩୧, ପ୍ୟାଟ୍‌ କମିନ୍ସ ୬, ହରଭଜନ ସିଂହ ୨ ଓ ବରୁଣ ଚକ୍ରବର୍ତ୍ତୀ ୨ ରନ୍‌ କରି ଆଉଟ୍‌ ହୋଇଥିଲେ। କେକେଆର ନିର୍ଦ୍ଦାରିତ ଓଭରରେ ୮ ଓ୍ବିକେଟ ହରାଇ ମୋଟ୍‌ ୧୬୬ ରନ୍‌ କରିଥିଲେ। ଯାହାରିଫଳରେ ୩୮ ରନ୍ରରେ ବିଜୟୀ ହାସଲ କରିଛି ଆରସିବି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ବାଙ୍ଗାଲୋର ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୦୪ ରନ୍‌ କରିିଥିଲେ। ଡିଭିଲିୟର୍ସ ୩୪ ବଲରେ ୭୬ ରନ୍‌ କରି ଥିଲେ।

related posts

Leave a Comment