Home Breaking News / ତାଜା ଖବର ତାସକେଣ୍ଟ ସିନିୟର ଏସୀୟ ଭାରଉତ୍ତଳୋନରେ ଓଡିଆ ଝିଅ ଜିତିଲେ ସ୍ୱର୍ଣ୍ଣ ପଦକ

ତାସକେଣ୍ଟ ସିନିୟର ଏସୀୟ ଭାରଉତ୍ତଳୋନରେ ଓଡିଆ ଝିଅ ଜିତିଲେ ସ୍ୱର୍ଣ୍ଣ ପଦକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ। ଏସୀୟ ଭାରଉତ୍ତଳୋନ ପ୍ରତିଯୋଗୀତାରେ ଓଡ଼ିଆ ଖେଳାଳି ଝିଲି ଦଳବେହେରାଙ୍କୁ ସ୍ବର୍ଣ୍ଣ ପଦକ। ଝିଲି ତାସକେଣ୍ଟଠାରେ ଅନୁଷ୍ଠିତ ପ୍ରତିଯୋଗୀତାରେ ସ୍ନାଚରେ ୬୯ ଓ କ୍ଲିନ ଆଣ୍ଡ ଜର୍କରେ ୮୮ ଏହି ଭଳି ୧୫୭ କିଲୋଗ୍ରାମ ଓଜନ ଉଠାଇ ସ୍ବର୍ଣ୍ଣ ପଦକ ପାଇଛନ୍ତି। ୪୫ କିଲୋଗ୍ରାମ ଓଜନ ବର୍ଗରେ ତାଙ୍କୁ ମିଳିଛି ଏହି ସଫଳତା। ଗତ ବର୍ଷ ଚୀନରେ ଅନୁଷ୍ଠିତ ଏସୀୟ ଭାରଉତ୍ତୋଳନ ପ୍ରତିଯୋଗୀତାରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ୨୦୧୯ ନେପାଳ ଦକ୍ଷିଣ ଏସୀୟ ଭାରଉତ୍ତୋଳନ ପ୍ରତିଯୋଗୀତାରେ ସ୍ବର୍ଣ୍ଣ ପଦକ ପାଇଥିଲେ।
ତାସକେଣ୍ଟଠାରେ ସ୍ବର୍ଣ୍ଣ ପଦକ ଜିତିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

related posts

Leave a Comment