Share with
ବୋଡେ଼ନ(ଜଗତରାମ ଦଣ୍ଡସେନା): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କର୍ଲାକୋଟ ପଂଚାୟତ ରେ ପିଇବା ପାଣି ର ସମସ୍ୟା ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରିଲା ନାହିଁ।କର୍ଲାକୋଟ ପଂଚାୟତରେ 17 ଟି ward ଅଛି ଆଉ 15000 ରୁ ଅଧିକ ଲୋକ ବସ ବାସ କରନ୍ତି।2000 ମସିହାରେ ରାଜ୍ୟସରକାର ପାଣି କୁ ଯାଞ୍ଚ କରି ଫ୍ଲୋରାଇଡ଼ ପାଣି ବୋଲି ଘୋଷଣା କରିଛନ୍ତି ।ରାଜ୍ୟସରକାର ଙ୍କ ଯୋଜନାରୁ ଇନ୍ଦ୍ରା ଡେମ ତିଖାଲି ରୁ ପାଇପ ଯୋଗେ ପାଣି ସପ୍ଲାଇ ଦେବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ତାହା ଅତି ନିମ୍ନ ମାନ ର କାମ ହେବା ରୁ ବାରମ୍ବାର ପାଇପ ଫାଟି ପାଣି ଆସୁ ନଥିବାରୁ ଗାଁ ଲୋକେ ବାଧ୍ୟ ହୋଇ ଫ୍ଲୋରାଇଡ଼ ପୋଖରୀ ର ପାଣି ପିବାକୁ ବାଧ୍ୟ ହୋଇଛନ୍ତି ଯାହା ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ।ଜିଲ୍ଲା ଏବଂ ବ୍ଲକ ପ୍ରଶାସନ କୁ ଗାଁ ଲୋକେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ରୁ ଆଜି ବୋଡେ଼ନ ବ୍ଲକ ବିଜୁ ଜନତା ଦଳ ର ସଭାପତି ଦିକପାଳ ନାଗ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଚିଠି ଲେଖି ଜଣେଇ ଛନ୍ତି।