Home Breaking News / ତାଜା ଖବର ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇଥିବା ବେସାହାରା ପରିବାରକୁ ସାହାରା ଦେଲା ସାମାଜିକ ଅନୁଷ୍ଠାନ ଗ୍ରାମୀଣ ବିକାଶ ଯୁବକ ସଂଘ

ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇଥିବା ବେସାହାରା ପରିବାରକୁ ସାହାରା ଦେଲା ସାମାଜିକ ଅନୁଷ୍ଠାନ ଗ୍ରାମୀଣ ବିକାଶ ଯୁବକ ସଂଘ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରାପଡ଼ା(ସୁନୀଲ ସାହୁ): ଗତକାଲି ଦିନ ଅଗ୍ନିକାଣ୍ଡ ଘଟି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ପଲେଇ ଗ୍ରାମ ପଞ୍ଚାୟତ ଅଧିନସ୍ଥ କଣିପଡା ଗ୍ରାମର ସେକ୍ ଜିୟାଉଦ୍ଦିନଙ୍କ ଘରଟି ସମ୍ପୂର୍ଣ୍ଣ ରୂପେ ପୋଡି ପାଉଁଶ ହୋଇଯାଇଛି।କେହି କିଛି ବୁଝିବା ପୂର୍ବରୁ ନିଆଁର ପ୍ରକୋପ ଏତେ ଥିଲା ଯେ ସବୁକିଛି ସରିଯାଇଥିଲା ଅଳ୍ପ କିଛି କ୍ଷଣରେ।ନିଜ ଜୀବନ ବଞ୍ଚାଇବା ଛଡା କଛି ବି ବଞ୍ଚାଇ ଘରୁ ବାହାରକୁ ଆଣି ପାରିନଥିଲେ ପରିବାର ଲୋକେ।ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଗଲା ସ୍ବଳ୍ପ ସମୟରେ।ଗତକାଲି ରାତିରେ ଏ ବିଷୟରେ ସ୍ଥାନୀୟ ଅଞ୍ଚଳରେ ଥିବା ଜିଲ୍ଲାର ଆଗଧାଡିର ସାମାଜିକ ଅନୁଷ୍ଠାନ ଗ୍ରାମୀଣ ବିକାଶ ଯୁବକ ସଂଘକୁ ଖବର ଦେଇଥିଲେ ସେହି ଅନୁଷ୍ଠାନର ସଭ୍ଯ ଅମୀୟକାନ୍ତ ପରିଡା।ସଭାପତି ଆଶିଷ ଦାସ ଏବଂ ଉପସଭାପତି ନିର୍ମଳ ଭଦ୍ରଙ୍କ ହସ୍ତକ୍ଷେପ ପରେ ଆଜି ସକାଳୁ ଅନୁଷ୍ଠାନର ଏକ ଟିମ୍ ସହ ସଂପାଦକ ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ବରେ କଣିପଡା ଗ୍ରାମରେ ପହଞ୍ଚି ବିପନ୍ନ ପରିବାରଙ୍କୁ ଭେଟି ଏକ ବାସନ ସେଟ୍,ପନିପରିବା ଏବଂ କିଛିଦିନର ରାସନ ସଉଦା ସାହାଯ୍ଯ ଆକାରରେ ପ୍ରଦାନ କରିଛନ୍ତି।ଏହି ଟିମ୍ ରେ ଅନୁଷ୍ଠାନର ସଭ୍ଯ ସିତିରଞ୍ଜନ ପାଢୀ,ଅମୀୟକାନ୍ତ ପରିଡା,ଅମିତ୍ ଭଦ୍ର ଏବଂ ସୌମେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏଭଳି ବିପତ୍ତି ସମୟରେ ଗ୍ରାମୀଣ ବିକାଶ ଯୁବକ ସଂଘ ତତ୍କାଳୀନ ବିପନ୍ନଙ୍କ ନିକଟରେ ପହଞ୍ଚି ବେସାହାରା ପରିବାରକୁ ସାହାରା ଯୋଗାଇ ଦେଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶଂସିତ ହୋଇପାରିଛି। ସୂଚନା ଥାଉକି ସେହି ଅଗ୍ନି ବିପନ୍ନ ପରିବାରକୁ ଗତକାଲି ରାତିରେ ସ୍ଥାନୀୟ ଅଞ୍ଚଳର ଜନ ପ୍ରତିନିଧି ତଥା ସମାଜସେବୀ ରମାକାନ୍ତ ପରିଡା,ସୁବାଷ କର,ରବୀନ୍ଦ୍ର ସୂତାର ଏବଂ ସାରଦା ନାଥଶର୍ମା ମଧ୍ଯ ସାହାଯ୍ଯର ହାତ ବଢାଇଛନ୍ତି।ଶ୍ରୀ ପରିଡାଙ୍କ ନେତୃତ୍ବରେ ଯାଇଥିବା ଏହି ଟିମ୍ ଏକ ପଲିଥିନ,କିଛି ଶୁଖିଲା ଖାଦ୍ଯ,ରାସନ ଏବଂ ଏକ ହଜାର ଟଙ୍କା ପ୍ରଦାନ କରିଛନ୍ତି।
ଏହି ବିପନ୍ନ ପରିବାରକୁ ସମସ୍ତ ପ୍ରକାର ସାହାଯ୍ଯ ସହଯୋଗ ଯୋଗାଇ ଦେବାକୁ ଗ୍ରାମୀଣ ବିକାଶ ଯୁବକ ସଂଘର ସହ ସଂପାଦକ ମାନସ ରଞ୍ଜନ ତ୍ରିପାଠୀ ଏବଂ ସ୍ଥାନୀୟ ସାମାଜିକ କର୍ମୀ ରମାକାନ୍ତ ପରିଡା ପ୍ରଶାସନ ନିକଟରେ ଦାବି କରିଛନ୍ତି।

related posts

Leave a Comment