Home Breaking News ଶିକାରପାଈ ଭାଜପା ମଣ୍ଡଳ ବୈଠକ ଅନୁଷ୍ଠିତ

ଶିକାରପାଈ ଭାଜପା ମଣ୍ଡଳ ବୈଠକ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ୱର ରାଉତ)-ରାୟଗଡ ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ଶିକାରପାଈ ଭାରତୀୟ ଜନତା ପାର୍ଟି ତରଫରୁ ମଣ୍ଡଳ ତରଫରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ l ସାରା ରାଜ୍ୟରେ କେନ୍ଦ୍ର ର ନିର୍ଦେଶ ଅନୁସାରେ ସବୁ ଜିଲ୍ଲା ତଥା 314 ଗୋଟି ବ୍ଲକରେ ପ୍ରତ୍ୟେକ ମଣ୍ଡଳ ସ୍ତରୀୟ ବୈଠକ କରିବା ପାଇଁ ଜିଲ୍ଲା ର ସବୁ ମଣ୍ଡଳ ସଭାପତିଙ୍କୁ ନିର୍ଦେଶ ଦିଆଯାଇଛି l ସେହି ନିର୍ଦେଶ ବଳରେ ଶିକାରପାଈ ମଣ୍ଡଳ ସମ୍ପାଦକ ମନୋଜ କୁମାର ସେଠି ଓ ସହ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟେଲ ଙ୍କ ନେତୃତ୍ୱରେ ବୈଠକ ଡକାଯାଇଥିଲା l ଉକ୍ତ ବୈଠକରେ କଲ୍ୟାଣ ସିଂହପୁର ବ୍ଲକ ମଣ୍ଡଳର ପୂର୍ବତନ ବ୍ଲକ ସଭାପତି ରାମାରାଓ କାଡ୍ରାକା ଓ ଜିଲ୍ଲା ସମ୍ପାଦକ କୃଷ୍ଣ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଆଜିର ଆଲୋଚନା ରେ ରାଜ ନୈତିକ ଚିଠା ପ୍ରସ୍ତାବ, ସ୍ଥାନୀୟ ସମସ୍ୟା, ଥାନା, କୋର୍ଟ, କଚେରୀ ଓ ବିଭିନ୍ନ ମାମଲା ରେ ଜନ ସାଧାରଣ ଙ୍କ ସହଯୋଗ କରିବା ସହ ତାଙ୍କ ସୁଖ ଦୁଃଖରେ ସହଯୋଗ କରିବାକୁ ରାୟ ନିଆଯାଇଥିଲା l ମଣ୍ଡଳ ର ସଭାପତି ରବି ବେହେରା ଅନୁପସ୍ଥିତି ରହିବାରୁ ଶିକାରପାଈ ପଞ୍ଚାଯତ ସଭାପତି ରୁଦ୍ର ଖଣ୍ଡରିୟା ସଭା ପରିଚାଳନା କରିଥିଲେ l ଗ୍ରାମ ଗ୍ରାମ ବୁଲି ସଂଗଠନ କରିବା ସହ କରନା କାଳରେ କିପରୀ ସତର୍କତା ଅବଲମ୍ବନ କରାଯିବ ମଣ୍ଡଳ ଆଦିବାସୀ ମୋର୍ଚ୍ଚା ଦିଲୀପ ମିନିୟକା ବୁଝାଇ ଥିଲେ l ବରିଷ୍ଟ ବିଜେପି ଜିଲ୍ଲା ବିସ୍ତାରକ ତଥା କୁଜେନ୍ଦ୍ରି ମଣ୍ଡଳ ପ୍ରଭାରୀଧନେଶ୍ୱର ରାଉତ ଉପସ୍ଥିତ ରହି ତୃଣ ମୂଳ ସ୍ତରରେ ସଂଗଠନ କରିବାର ମନ୍ତ୍ର କହିଥିଲେ ଓ ଆଗାମୀ ଦିନରେ ଲୋକଙ୍କ ପାଖରେ ଏକ ମାତ୍ର ବିଜେପି ବିକଳ୍ପ ରହିଛି ବୋଲି କହିଥିଲେ l ଏହି ବୈଠକରେ ଯୁବ ମୋର୍ଚ୍ଚା ଉପ ସଭାପତି ମକର ନେମାଲ ପୁରୀ, ସମ୍ପାଦକ କ୍ଷୀରୋଦ ମାର୍ଥା, ଦୈତାରୀ ଖାଣ୍ଡରିୟା, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ନାୟକ, ପ୍ରଦୀପ ନାୟକ ଓ ସମସ୍ତେ ଏକସଠି ଜଣିଆ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ଭୋଜନ ଉପରାନ୍ତ ଶ୍ରୀ ଖାଣ୍ଡରିୟା ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ l

related posts

Leave a Comment