Share with
ଖଣ୍ଡପଡ଼ା(ଅଙ୍କିତା ପ୍ରିୟଦର୍ଶିନୀ): ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ଅବସରରେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରବିବାର ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଜରୁରୀକାଳୀନ ପରିସ୍ଥିତିରେ କିଭଳି ଜନସାଧାରନଙ୍କୁ ସାହାଯ୍ୟ ଓ ସହଯୋଗ କରାଯାଇପାରିବ ସେ ସମ୍ପର୍କରେ କର୍ମଚାରୀ ମାନେ ମକଡ୍ରିଲ୍ ଜରିଆରେ ପ୍ରଦର୍ଶନ କରିଥିଲେ। ଦୈବ ଦୁର୍ବିପାକ ସମୟରେ ବିପପୂର୍ଣ୍ଣ ସ୍ଥାନ ମାନଙ୍କରୁ କିଭଳି ଲୋକ ମାନଙ୍କୁ ଉଦ୍ଧାର କରାଯାଇପାରିବ ସେ ସମ୍ପର୍କରେବିଭାଗୀୟ ଅଧକାରୀ ପୁପୁନା ସାହୁ, ଜଗନ ଜେନା, ସଂଜୀବ ସାହୁ,ଭିକାରୀ ପରିଡା,ଗୋଲକ ମଲିକ,ଦୀପକ ବାରିକ ଆଦି ଅଧିକାରୀମାନେ କୌଶଳ ପ୍ରଦର୍ଶନ କରିଥିଲେ। ଖଣ୍ଡପଡ଼ା ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁଙ୍କୁ ପ୍ରତ୍ୟକ୍ଷ ତତ୍ବାବଧାନରେ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା।