Home Breaking News ବାଇକ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ୨ ଗୁରୁତର

ବାଇକ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ୨ ଗୁରୁତର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ- (ସୁନୀଲ ପଟ୍ଟନ।ୟକ) ରବି ବାର କନ୍ଧମାଳ ଜିଲ୍ଲା ଦ୲ରିଙ୍ଗ ବାଡି ଥାନା ଅନ୍ତର୍ଗତ ଡବେରୀଠାରେ ଏକ ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣ ଗୁରୁତର ଆହତ ହୋଇ ଛନ୍ତି ।
ମୃତକ ଜଣକ ଆମ୍ବେଦକର ମଲିକ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟଯେ, ଆମ୍ୱେଦକର ଙ୍କ ସହଯୁଧେନ ମଲିକ, ଓ ପ୍ରଶାନ୍ତ ପ୍ରଧାନ ମିଶି ଗୋଟିଏ ବ। ଇକ ଯୋଗେ ବାଲା ପାଙ୍ଗା ଗ୍ରାମକୁ ଯାଉଥିଲେ। ହେଲେ ଡବେରୀ ବୁଲାଣୀରେ ଦ୍ରୁତଗତିରେ ଆସୁଥିବା ବାଇକ ଟି ଭାରସାମ୍ୟ ହରାଇ ଡ୍ରେନ ଭିତରେ ଖସି ପଡିଥିଲା । ଫଳରେ ୩ ଜଣ ଯାକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଏନେଇ ଦାରିଙ୍ଗବାଡି ପୋଲି ସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ତତକ୍ଷଣାତ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତ ସମସ୍ତଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଥିଲେ । ହେଲେ ସେଠାରେ ଡାକ୍ତର ଆମ୍ୱେଦକର ମଲିକକୁ ମୃତ ଘୋଷଣା କରିଥିଲେ । ଗୁରୁତର ଆହତ ଅନ୍ୟ ୨ଜଣଙ୍କୁ ବହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି । ଦାରିଙ୍ଗବାଡି ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି । ୩ ଜଣ ଡକେ ବାଡି ଗ୍ରାମର ବୋଲି ଜଣାପଡିଛି ।

related posts

Leave a Comment