ରାୟଗଡା(ଧନେଶ୍ୱର ରାଉତ): ଦୀର୍ଘ 25 ବର୍ଷ ତଳେ ପ୍ରାକୃତିକ ଅଗ୍ନି ବିପଦର କରାଳ ଗ୍ରାସରେ ସମ୍ପୂର୍ଣ ଭସ୍ମ ହୋଇ ଗ୍ରାମର 50 ଘର ବେ ସାହାରା ହୋଇଯାଇଥିଲା ! ସେ ସମୟରେ ସରକାରୀ ସହାୟତାରେ କ୍ଷତି ଗ୍ରସ୍ତ ସମସ୍ତଙ୍କୁ କିଛି ଦିନ ରନ୍ଧା ଖାଦ୍ୟ ଓ ଆବାସ ଗୃହ ଯୋଗାଇ ଦିଆ ଯାଇଥିଲା ! ତାହା ବର୍ତମାନ ରହିବା ଉପଯୋଗୀ ହୋଇ ରହି ନାହିଁ ! ଛାତରୁ ରଡ଼ ଓହଳି ସିମେଣ୍ଟ କଂକ୍ରିଟ ଖଣ୍ଡ ଖସି ଶୋଇଥିବା ସମୟରେ ପଡୁଛି, ତେଣୁ ଅନେକ ଘାଇଲା ହୋଇ ଚିକିତ୍ସିତ ହେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ! ସେତେବେଳ ଠାରୁ ଏପର୍ଯ୍ୟନ୍ତ ଗୃହ ର ମରାମତି କିମ୍ବା ନୂତନ ଗୃହ ପ୍ରଦାନ କରିନଥିବା ରଞ୍ଜନ ପ୍ରସାଦ ନେମଲପୁରୀ କହିଛନ୍ତି ! ଗ୍ରାମର ଏନ ରାମୁ, ଏନ. ଭୀମ, ଏନ. କାଣ୍ଟୁ, ଏନ. ମୁନା, ଏନ. ସିନା, ଏନ, ଲୋକେଶ, ଏନ ଭୂଷଣ, ଏନ. ବଳରାମ, ଏନ ରମେଶ, ଏନ ସୁବୁଦ୍ଧି, ଏନ ବଦ୍ରି, ଏନ ଚିନାବାବୁ, ଏନ ଜଗନଈକୂଳୁ, ଏନ କୁର୍ମାନା, ଏନ ସୁକୃ, ଏନ ଆପନା, ଏନ. ରଂଗା, ବି ସନ୍ତୁ, ତାଉଡୁ ମାଝୀ, ଯୋଗେଶ ମାଝୀ, ଗଙ୍ଗାମା ମିନିୟକା, ପେଦୁରୁ ବୋଦୟା, ବୈକୁଣ୍ଠ ଅପାଙ୍ଗୀ, ଗୁଣ୍ଡୁ ମଂଡଙ୍ଗୀ, ବୁଡ଼ୁ ମାଝୀ, ମହେଶ ଗାଦବା, ସିଵା ଗୌତମ, ରାମଦାସ ଗାଦବା, ରାଜରାଓ ଗାଦବା, ରାଜରାଓ ମିନିୟକା, ରାମରାଓ ମାଝୀ, ତ୍ରୀନାଥ ଋଷ୍ୟଶୃଙ୍ଗ, ମନାମୀ ମାଝୀ, ପ୍ରସାଦ ମଂଡଙ୍ଗୀ, ସାବାନ ମିନିୟକା, ଅନନ୍ତ ସାହୁକାର,ବି ନାଗରାଜୂ, ଏ ସୂରିୟା ରାଓ, ଆଇ ଶ୍ରୀନୁ ନାମକ 39 ଘର ସମୁର୍ଣ୍ଣ ଅଚଳ ହୋଇ ପଡିଛି ! ବର୍ଷା ମାସରେ ଲୋକେ ରୋଷେଇ କରବା ଓ ରାତିରେ ମୁଣ୍ଡାଗୁଞ୍ଜିବାକୁ ବହୁ ଅସୁବିଧାର ସମୁଖୀନ ହେଉଥିବା ଜଣାଇଛନ୍ତି ! ଏନେଇ ବହୁବାର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କିଛି ସୁଫଳ ମିଳି ନଥିବା ଜଣା ପଡିଛି ! ଏହି ଭଳି ବିଡମ୍ବନାର ଶିକାର ହୋଇ ଚଳି ଆସୁଛନ୍ତି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକାରପାଈ ଅନ୍ତର୍ଗତ ବେଲକଣା ଗ୍ରାମରେ! ପ୍ରାୟ ଅଶୀ ଘର ବସବାସ କରୁଥୁବା ବେଳେ ଦଶ ଘର ଆଦିବାସୀ ପରିବାର ସତୁରି ପଛୁଆ ବର୍ଗର ଲୋକ ରୁହନ୍ତି ! ସମସ୍ତେ ପ୍ରାୟ ଦିନ ମଜୁରିଆ ଓ ଭାଗ ଚାଷୀ କୁଳର ଅଟନ୍ତି ! ସରକାର ଏମାନଙ୍କ ଦାବିକୁ ବିଚାରକୁ ନେଇ ଏମାନଙ୍କ ପ୍ରତି ଆବାସ ଗୃହ ଯୋଗାଇ ଦିଆଗଲେ ଲୋକେ ଉପକୃତ ହୋଇଥାନ୍ତେ ! ଯଦି ଆମର ନ୍ୟାୟ ଦାବିକୁ ସରକାର ଅଣ ଦେଖା କରନ୍ତି ତାହେଲେ ଭୋଟ ବର୍ଜନ କରି ବିରୋଧ ପ୍ରଦର୍ଶନ କରିବା ପାଇଁ ଚେତାବନୀ ଦେଇଛନ୍ତି ଲ
ପରିତ୍ୟକ୍ତ ଗୃହ ବଦଳରେ ନୂତନ ଆବାସ ଦିଆଯାଉ
Share with
previous post