ରାୟଗଡ(ଧନେଶ୍ୱର ରାଉତ): ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅଞ୍ଚଳରେ ରେ ଦିନ କୁ ଦିନ ବଢି ଚାଲିଛି ଅପରାଧ ଓ ନାରୀ ନିର୍ଯ୍ୟାତନା ।ଗତ ଦଶ ବର୍ଷ ତଳେ ଗୁଣୁପୁର ଚେଞ୍ଚୁବାଉରୀ ସାହି ର ଗୌରୀ ବାଉରୀ (୨୯)ନାମକ ଜଣେ ମହିଳା ଚିନ୍ନାସାରି ଗ୍ରାମର ସୁରେନ୍ଦ୍ର ଶବର କୁ ପ୍ରେମ ବିବାହ କରିଥିଲେ ।କିନ୍ତୁ ବିବାହର କିଛି ମାସ ପରେ ହିଁ ଦୁହିଁଙ୍କ ଭିତରେ ମନାନ୍ତର ସୃଷ୍ଟି ହୋଇଥିବା ରୁ ଝିଅ ନିଜ ମା ଘରେ ରହୁଥିଲେ । ତାଙ୍କର ଆଠ ବର୍ଷ ଗୋଟିଏ ପୁଅ ଓ ଦୁଇ ବର୍ଷ ର ଗୋଟିଏ ଝିଅ ଥିବା ବେଳେ ,ମହିଳାଙ୍କ ବଡ଼ ଭଉଣୀ କହିବା ଅନୁସାରେ ଉକ୍ତ ମହିଳା ଜଣକ ପୁଣି ଚାରି ମାସର ଗର୍ଭବତୀ ଥିବା କଥା ତାଙ୍କ ସ୍ୱାମୀକୁ କହିବା ପାଇଁ ଗୁଣୁପୁର ନିକଟ ଚିନ୍ନାସାରି ଗ୍ରାମକୁ ଯାଇଥିଲେ ।।ଗୌରୀ ସ୍ୱାମୀକୁ ଦେଖା କରିବାକୁ ଗଲା ବେଳେ ଉକ୍ତ ମହିଳା ଜଣକ ନିଜ ଛୋଟ ଝିଅକୁ ତାଙ୍କ ବଡ଼ ଭଉଣୀ ଘରେ ଛାଡି ଶୀଘ୍ର ଫେରି ଆସିବି କହି ଯାଇ ଥିଲେ ,କିନ୍ତୁ ଛଅ ଦିନ ବିତି ଗଲାପରେ ମଧ୍ୟ ଫେରିନଥିଲେ ଗୌରୀ । ଝିଅ ନ ଫେରିବା ରୁ ମା ଓ ବଡ଼ ଭଉଣୀ ଙ୍କ ମନରେ ସନ୍ଦେହ ଜାତ ହେଲା କାରଣ ତାଙ୍କ ବଡ଼ ଭଉଣୀ କହିବା ଅନୁସାରେ ଗୌରୀ ଚାରିମାସର ଗର୍ଭବତୀ ।ଏହା ପାରେ ମା ମହାକାଳ ବାଉରୀ ଏନେଇ ଗତ ୧୨/୦୪/୨୦୨୧ ରେ ଦିନ ଗୌରୀଙ୍କ ମା ଗୁଣୁପୁର ଅଦର୍ଶ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଗୁଣୁପୁର ପୋଲିସ ନିରୁଧିଷ୍ଠ ମାମଲା 48/21 ରୁଜୁ କରି ତଦନ୍ତ ଆରମ୍ଭ କରି ପ୍ରଥମେ ସ୍ୱାମୀକୁ ଅଟକ ରଖି ପଚରା ଉଚୁରା କରିଥିଲା କିନ୍ତୁ କୌଣସି ପ୍ରମାଣ ନମିଳିବା ରୁ ପୋଲିସ ମୃତ ମହିଳାଙ୍କ ସ୍ୱାମୀ ସୁରେନ୍ଦ୍ର ଶବରକୁ ପ୍ରତିଦିନ ଥାନାକୁ ଆସିବୁ କହି ଛାଡି ଦେଇଥିଲେ କିନ୍ତୁ ସୁରେନ୍ଦ୍ର ଅହୁ ଥାନା କୁ ନ ଆସିବାରୁ ପୋଲିସକୁ ସନ୍ଦେହ ଜାତ ହେବା ପରେ ତାକୁ ଗୁଣୁପୁରର ଏକ ସ୍ଥାନରୁ ଗିରଫ କରି ପୁଣିଥରେ ପଚାରିଥିଲେ ।
ପୋଲିସ ଭୟରେ ସୁରେନ୍ଦ୍ର ତାଙ୍କ ସ୍ତ୍ରୀ କୁ ବେକଚିପି ହତ୍ୟା କରିଛି ବୋଲି ସ୍ୱୀକାର କରିଥିଲା ଓ ପରେ ଚୀନସାରି ନିକଟ ଏକ ପୋଖରୀ ନିକଟରେ ଲୁଚାଇ ରଖିଥିବା ସ୍ତ୍ରୀର ମୃତ୍ୟୁଶରୀର କୁ ପୋଲିସକୁ ସେ ନିଜେ ଦେଖାଇ ଥିଲା ।ସଙ୍ଗେ ସଙ୍ଗେ ରାୟଗଡ଼ା ସଁ।ଣ୍ଟିଫିକ ଟିମ ,ଗୁଣୁପୁର ଥାନା ଅଧିକାରି ,ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ କାଲି ସନ୍ଧ୍ୟାରେ ଶବକୁ ଜବତ କରି ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି । ପରିବାର ତରଫରୁ ଦୋଷୀକୁ ଫାସୀ ଦଣ୍ଡ ହେବା ସହ ମା ଛେଉଣ୍ଡ ପିଲାଙ୍କ ଥଇଥାନ କରିବାକୁ ପାଇଁ ଦାବୀ ହେଉଛି ନଚେତ ମା କୁ ହରାଇଟଥିବା ପିଲା ମନେ ବାର ଦ୍ୱାରା ଶୁଣ୍ଢୀ ପିଣ୍ଡା ହେବାକୁ ପଡିବ ଲ
ସ୍ତ୍ରୀକୁ ହତ୍ୟାକଲା ରାକ୍ଷସ ସ୍ୱାମୀ: ଗୁଣୁପୁର ପୋଲିସ କରିଲା ପର୍ଦାଫାସ
Share with
previous post