Home Breaking News / ତାଜା ଖବର ମେ ୧୩ରେ ପିପିଲି ଉପନିର୍ବାଚନ: ଘୋଷଣା ହେଲା ସାନି ତାରିଖ

ମେ ୧୩ରେ ପିପିଲି ଉପନିର୍ବାଚନ: ଘୋଷଣା ହେଲା ସାନି ତାରିଖ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ପିପିଲି ଉପ ନିର୍ବାଚନ ନେଇ ଘୋଷଣା ହେଲା ସାନି ତାରିଖ। ଆସନ୍ତା ମେ ୧୩ ତାରିଖରେ ପଡିବ ପିପିଲି ଉପ ନିର୍ବାଚନ ଭୋଟ୍।

ଏଥିସହ ମେ ୧୩ ତାରିଖରେ ଭୋଟ୍ ପଡିବା ପରେ ଆସନ୍ତା ୧୬ ତାରିଖରେ ଭୋଟ୍ ଗଣତି କରାଯାଇ ରେଜଲ୍ଟ ଘୋଷଣା ହେବ ବୋଲି ସିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ ନିର୍ବାଚନ ହେବାକୁ ଥିଲା। ଏଥିପାଇଁ ପ୍ରଥମେ ଏପ୍ରିଲ ୧୭ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଉପ ନିର୍ବାଚନକୁ ସ୍ଥଗିତ ଘୋଷଣା କରାଯାଇଥିଲା।

related posts

Leave a Comment